୨୫ ଲକ୍ଷ ଦୀପରେ ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା, ସରଯୁ ନଦୀ ତଟରେ ନୂଆ ରେକର୍ଡ

ପ୍ରଭୁ ଶ୍ରୀରାମଙ୍କ ଧାମ ଆଯୋଧ୍ୟା ଲକ୍ଷ ଲକ୍ଷ ଦୀପରେ ଝଲସି ଉଠିଛି । କେଉଁଠି ଲେଜର ଲାଇଟର ଅଦ୍ଭୁତ ଦୃଶ୍ୟ ତ କେଉଁଠି ମନମୋହକ ରଙ୍ଗୋଲି । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପରେ ହିଁ ଏହା ହେଉଛି ପ୍ରଥମ ଦୀପୋତ୍ସବ । ଏମିତିରେ ସରଯୁ ନଦୀ ତଟରେ ୨୫ ଲକ୍ଷ ଦୀପ ଜଳାଇ ନୂଆ ରେକର୍ଡ ସ୍ଥାପନ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି । ଗତ ବର୍ଷ ତୁଳନାରେ ଏଥର ୧,୧୦୦ […] The post ୨୫ ଲକ୍ଷ ଦୀପରେ ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା, ସରଯୁ ନଦୀ ତଟରେ ନୂଆ ରେକର୍ଡ appeared first on KNews Odisha.

୨୫ ଲକ୍ଷ ଦୀପରେ ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା, ସରଯୁ ନଦୀ ତଟରେ ନୂଆ ରେକର୍ଡ
dip

ପ୍ରଭୁ ଶ୍ରୀରାମଙ୍କ ଧାମ ଆଯୋଧ୍ୟା ଲକ୍ଷ ଲକ୍ଷ ଦୀପରେ ଝଲସି ଉଠିଛି । କେଉଁଠି ଲେଜର ଲାଇଟର ଅଦ୍ଭୁତ ଦୃଶ୍ୟ ତ କେଉଁଠି ମନମୋହକ ରଙ୍ଗୋଲି । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପରେ ହିଁ ଏହା ହେଉଛି ପ୍ରଥମ ଦୀପୋତ୍ସବ । ଏମିତିରେ ସରଯୁ ନଦୀ ତଟରେ ୨୫ ଲକ୍ଷ ଦୀପ ଜଳାଇ ନୂଆ ରେକର୍ଡ ସ୍ଥାପନ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି ।

ଗତ ବର୍ଷ ତୁଳନାରେ ଏଥର ୧,୧୦୦ ଲୋକ ନଦୀ ତଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଆଳତି କରିବେ । ରାମ ମନ୍ଦିର ଉଦଘାଟନ ପରେ ଅଯୋଧ୍ୟାରେ ଦୀପାବଳିର ଭବ୍ୟ ଆୟୋଜନ କରାଯାଇଛି । ଏହି ଅବସରରେ ରାମମନ୍ଦିରରେ ପ୍ରଥମ ଦୀପାବଳିରେ ପ୍ରଭୁ ରାମଲାଲା ପୀତାମ୍ବର ଧାରଣ କରିବେ । ହଳଦିଆ ରଙ୍ଗର ସିଲ୍କ ଧୋତି ବସ୍ତ୍ରରେ ରାମଲାଲାଙ୍କ ଶୃଙ୍ଗାର ହେବ । ଗୁରୁବାର ଦୀପାବଳି ଦିନ ରାମଲାଲା ହଳଦିଆ ବସ୍ତ୍ରରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଦୀପୋତ୍ସବ ଅବସରରେ ଅଯୋଧ୍ୟା ନଗରୀ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିବ । ୨୫ ଲକ୍ଷ ଦୀପରେ ସରଯୁ ନଦୀ ତଟ ଝଲମଲ ହୋଇଛି । ଏହି କ୍ରମରେ ରାମଙ୍କ ପୌଡ଼ିରେ ଦୀପ ଜଳିବା ଆରମ୍ଭ ହୋଇଛି ।

The post ୨୫ ଲକ୍ଷ ଦୀପରେ ଝଲସି ଉଠିଲା ରାମ ନଗରୀ ଅଯୋଧ୍ୟା, ସରଯୁ ନଦୀ ତଟରେ ନୂଆ ରେକର୍ଡ appeared first on KNews Odisha.