ବଢିଛି କୁମ୍ଭୀର ସଂଖ୍ୟା, ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଆଜିଠୁ ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଚଳିତବର୍ଷ ଭିତରକନିକା ନଦୀ ନାଳରେ କରାଯାଇଥିବା କୁମ୍ଭୀର ଗଣନା ଅନୁଯାୟୀ ଭିତରକନିକା ରେ ୧୮୨୬ ଟି କୁମ୍ଭୀର ଗଣନା କରାଯାଇଛି । ଗତବର୍ଷ […] The post ବଢିଛି କୁମ୍ଭୀର ସଂଖ୍ୟା, ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ appeared first on KNews Odisha.

ବଢିଛି କୁମ୍ଭୀର ସଂଖ୍ୟା, ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
Bhitarkanika

ରାଜନଗର : ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଆଜିଠୁ ଭିତରକନିକାର ପ୍ରାକୃତିକ ଶୋଭାରାଜିକୁ ବୁଲି ଉପଭୋଗ କରିପାରିବେ । କୁମ୍ଭୀର ଗଣନା ପାଇଁ ଗତ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଚଳିତବର୍ଷ ଭିତରକନିକା ନଦୀ ନାଳରେ କରାଯାଇଥିବା କୁମ୍ଭୀର ଗଣନା ଅନୁଯାୟୀ ଭିତରକନିକା ରେ ୧୮୨୬ ଟି କୁମ୍ଭୀର ଗଣନା କରାଯାଇଛି ।

ଗତବର୍ଷ ତୁଳନାରେ ୧୫ ଟି କୁମ୍ଭୀର ବୃଦ୍ଧି ପାଇଛି । ଗତବର୍ଷ ୧୮୧୧ ଟି କୁମ୍ଭୀର ଗଣନା କରାଯାଇଥିଲା। ନଦୀ ନାଳ ମାନଙ୍କ ରେ ବୋଟ ଚଳାଚଳ ବନ୍ଦ ହେବା ପରେ ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କରାଯାଇଥାଏ । ପର୍ଯ୍ୟଟକ ଆସିଲେ କୁମ୍ଭୀର ଗଣନା ରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଭିତରକନିକା ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥାଏ ।

 

ଆହୁରି ପଢନ୍ତୁ : ପ୍ରହସନ ପାଲଟିଛି ଭିତରକନିକାରେ କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଇକୋ ରିଟ୍ରିଟ ଆଳରେ VIP ପାଇଁ ଖୋଲା

The post ବଢିଛି କୁମ୍ଭୀର ସଂଖ୍ୟା, ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ appeared first on KNews Odisha.