୨୦ ଘଣ୍ଟା ପରେ ମିଳିଲା ମୃତଦେହ, ଗତକାଲି ଭୋଜି କରିବାକୁ ଭୀମକୁଣ୍ଡକୁ ଆସିଥିଲେ ୧୭ ପର୍ଯ୍ୟଟକ

କରଞ୍ଜିଆ: ୨୦ ଘଣ୍ଟା ପରେ ମିଳିଲା ମୃତଦେହ । ମୟୂରଭଞ୍ଜରେ ବୈତରଣୀ ନଦୀରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବିଶ୍ବଜିତ।  ଗତକାଲି ଭୋଜି କରିବାକୁ ଭୀମକୁଣ୍ଡକୁ ଆସିଥିଲେ ୧୭ଜଣ ପର୍ଯ୍ୟଟକ । ବୈତରଣୀ ନଦୀରେ ଗାଧୋଉଥିିବାବେଳେ ବିଶ୍ବଜିତ ବୁଡିଯାଇଥିଲେ । ବହୁ ଖୋଜାଖୋଜି ପରେ ଗତକାଲି ମୃତଦେହ ମିଳିନଥିଲା। ରାତି ହୋଇଯିବାରୁ ବନ୍ଦ ରହିଥିଲା ଉଦ୍ଧାର କାର୍ଯ୍ୟ । ଆଜି ସକାଳୁ ପୁଣି ଖୋଜାଖୋଜି କରିବା ପରେ […] The post ୨୦ ଘଣ୍ଟା ପରେ ମିଳିଲା ମୃତଦେହ, ଗତକାଲି ଭୋଜି କରିବାକୁ ଭୀମକୁଣ୍ଡକୁ ଆସିଥିଲେ ୧୭ ପର୍ଯ୍ୟଟକ appeared first on KNews Odisha.

୨୦ ଘଣ୍ଟା ପରେ ମିଳିଲା ମୃତଦେହ, ଗତକାଲି ଭୋଜି କରିବାକୁ ଭୀମକୁଣ୍ଡକୁ ଆସିଥିଲେ ୧୭ ପର୍ଯ୍ୟଟକ
bhimkunda

କରଞ୍ଜିଆ: ୨୦ ଘଣ୍ଟା ପରେ ମିଳିଲା ମୃତଦେହ । ମୟୂରଭଞ୍ଜରେ ବୈତରଣୀ ନଦୀରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବିଶ୍ବଜିତ।  ଗତକାଲି ଭୋଜି କରିବାକୁ ଭୀମକୁଣ୍ଡକୁ ଆସିଥିଲେ ୧୭ଜଣ ପର୍ଯ୍ୟଟକ । ବୈତରଣୀ ନଦୀରେ ଗାଧୋଉଥିିବାବେଳେ ବିଶ୍ବଜିତ ବୁଡିଯାଇଥିଲେ । ବହୁ ଖୋଜାଖୋଜି ପରେ ଗତକାଲି ମୃତଦେହ ମିଳିନଥିଲା। ରାତି ହୋଇଯିବାରୁ ବନ୍ଦ ରହିଥିଲା ଉଦ୍ଧାର କାର୍ଯ୍ୟ । ଆଜି ସକାଳୁ ପୁଣି ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।

ସୂଚନା ଅନୁସାରେ ସେଠାରେ ବୈତରଣୀ ନଦୀର ଭୀମକୁଣ୍ଡର ଉପରମୁଣ୍ଡରେ ସେମାନଙ୍କ ମଧ୍ୟରୁ କେତେଜଣ ନଦୀ ପାଣିରେ ଗାଧୋଉଥିଲେ । ଗାଧୋଉଥିବା ସମୟରେ ବିଶ୍ୱଜିତ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଏନେଇ ଅନ୍ୟମାନେ ଠାକୁରମୁଣ୍ଡା ଥାନାକୁ ସୂଚନା ଦେବା ପରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Also read:ଭୀମକୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ଜଣେ ନିଖୋଜ, ବଣଭୋଜି କରିବାକୁ ଆସିଥିଲେ

 

The post ୨୦ ଘଣ୍ଟା ପରେ ମିଳିଲା ମୃତଦେହ, ଗତକାଲି ଭୋଜି କରିବାକୁ ଭୀମକୁଣ୍ଡକୁ ଆସିଥିଲେ ୧୭ ପର୍ଯ୍ୟଟକ appeared first on KNews Odisha.