କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଟକ : ରାଜ୍ୟରେ ପ୍ରଥମ ଥର ଜାତୀୟ ରାଜପଥକୁ ସଂଯୋଗ ହେଲା ରେଳ ଷ୍ଟେସନ ପ୍ଲାଟଫର୍ମ । କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏନଏଚ ୧୬ ସହ ଯୋଡି ହେଲା କଟକ ରେଳ ଷ୍ଟେସନର ଫ୍ଲାଟଫର୍ମ । ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିଛି ଶୀତତାପ ନିୟନ୍ତ୍ରିତ ଗେଟ୍ । ରେଳ ଷ୍ଟେସନରର ପୁନର୍ବିନ୍ୟାସ ପରେ ବିମାନବନ୍ଦରର ଭ୍ରମ ସୃଷ୍ଟି ହେଉଛି […] The post କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ appeared first on KNews Odisha.

କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
ctc

କଟକ : ରାଜ୍ୟରେ ପ୍ରଥମ ଥର ଜାତୀୟ ରାଜପଥକୁ ସଂଯୋଗ ହେଲା ରେଳ ଷ୍ଟେସନ ପ୍ଲାଟଫର୍ମ । କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏନଏଚ ୧୬ ସହ ଯୋଡି ହେଲା କଟକ ରେଳ ଷ୍ଟେସନର ଫ୍ଲାଟଫର୍ମ । ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିଛି ଶୀତତାପ ନିୟନ୍ତ୍ରିତ ଗେଟ୍ । ରେଳ ଷ୍ଟେସନରର ପୁନର୍ବିନ୍ୟାସ ପରେ ବିମାନବନ୍ଦରର ଭ୍ରମ ସୃଷ୍ଟି ହେଉଛି । ବିମାନବନ୍ଦର ଭଳି ଲାଗୁଛି ରେଳ ଷ୍ଟେସନ୍ । ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍ । ଦ୍ବିତୀୟ ପ୍ରବେଶ ଦ୍ବାରରେ ଟିକେଟ୍ କାଉଣ୍ଟର ସହ ଅତ୍ୟାଧୁନିକ ଫୁଡ୍ କୋର୍ଟ ରହିଛି । ପ୍ରଶସ୍ତ ପାର୍କିଂ ସୁବିଧା ସହ ଉପଯୁକ୍ତ ଭାବେ ପ୍ଲାନ୍ କରାଯାଇଥିବା ଅଞ୍ଚଳ ରହିଛି । ଯାତ୍ରୀମାନଙ୍କ ସୁଗମ ଯାତାୟାତ ପାଇଁ ଏସ୍କାଲେଟର, ଶିଡ଼ି, ଲିଫ୍ଟ କରାଯାଇଛି । ଯାତ୍ରୀମାନଙ୍କ ଆରାମ ପାଇଁ ପ୍ରଶସ୍ତ ପ୍ରତୀକ୍ଷା ସ୍ଥଳର ବ୍ୟବସ୍ଥା ମଧ୍ୟ କରାଯାଇଛି।

The post କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ appeared first on KNews Odisha.