ଚାଲିଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ବିଚଳିତ ମହାରାଜ କଂସ, ମନରୁ ଯାଉନି ମୃତ୍ୟୁର ଭୟ
ବରଗଡ଼ (କେନ୍ୟୁଜ): ଜମୁଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ନାଚ ଗୀତରେ କମ୍ପୁଛି କଂସ ଦରବାର । ରାଜ ନର୍ତ୍ତକୀଙ୍କ ନୃତ୍ୟରେ ଝୁମି ଉଠୁଛି ରାଜ ଦରବାର ସହ ରଙ୍ଗ ମହଲ। ହେଲେ ମହାରାଜ କଂସଙ୍କ ମନରୁ ଯାଉନି ମୃତ୍ୟୁର ଭୟ। ନିଜ ପ୍ରେରିତ ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର ପାଇ ଏବେ ବିଚଳିତ ମହାରାଜ କଂସ । ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ପାରିଷଦ ବର୍ଗଙ୍କ ଚଳାଇଛନ୍ତି ମନ୍ତ୍ରଣା । ଏସବୁ ଭିତରେ ରାଜ ଦରବାର […] The post ଚାଲିଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ବିଚଳିତ ମହାରାଜ କଂସ, ମନରୁ ଯାଉନି ମୃତ୍ୟୁର ଭୟ appeared first on KNews Odisha.

ବରଗଡ଼ (କେନ୍ୟୁଜ): ଜମୁଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ନାଚ ଗୀତରେ କମ୍ପୁଛି କଂସ ଦରବାର । ରାଜ ନର୍ତ୍ତକୀଙ୍କ ନୃତ୍ୟରେ ଝୁମି ଉଠୁଛି ରାଜ ଦରବାର ସହ ରଙ୍ଗ ମହଲ। ହେଲେ ମହାରାଜ କଂସଙ୍କ ମନରୁ ଯାଉନି ମୃତ୍ୟୁର ଭୟ। ନିଜ ପ୍ରେରିତ ରାକ୍ଷସ ରାକ୍ଷସୀଙ୍କ ନିଧନ ଖବର ପାଇ ଏବେ ବିଚଳିତ ମହାରାଜ କଂସ । ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ପାରିଷଦ ବର୍ଗଙ୍କ ଚଳାଇଛନ୍ତି ମନ୍ତ୍ରଣା । ଏସବୁ ଭିତରେ ରାଜ ଦରବାର ପହଞ୍ଚୁ ଛନ୍ତି ଜଣେ ପରେ ଜଣେ ରାଜ ଅତିଥି।
ଶୁକ୍ରବାର ରାତିରେ ନିମନ୍ତ୍ରଣ ପାଇ ରାଜ ଅତିଥି ଭାବେ ମନ୍ତ୍ରୀ ରୀତା ସାହୁ କଂସଙ୍କ ଦରବାରକୁ ଯାଇଥିଲେ। ସେପଟେ ଗୋପପୁର କୃଷ୍ଣମୟ। କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା ସାରା ଗୋପପୁର ବାସୀଙ୍କୁ କରୁଛି ବିମୋହିତ। କୃଷ୍ଣ ପ୍ରେମରେ ମତୁଆଲା ଗୋପାଳ ଗୋପାଳୁଣୀ। ଧନୁଯାତ୍ରାର ପଞ୍ଚମ ଦିନର ଶ୍ରୀକୃଷ୍ଣଙ୍କ କାଳୀୟଦଳନ, ଗୋପିଙ୍କ ଦଧି ବିକା ଦୃଶ୍ୟ ଅଭିନୀତ ହୋଇଛି। ଆଜି ଧନୁଯାତ୍ରାର ଷଷ୍ଠ ଦିନରେ କଂସଙ୍କ ଆସନ୍ନ ଯୁଦ୍ଧ ପ୍ରସ୍ତୁତି ବା ରଙ୍ଗମଞ୍ଚ ଏବଂ ଗୋପପୁରରେ ଗୋପୀଙ୍କ ବସ୍ତ୍ର ହରଣ ଦୃଶ୍ୟ ଅଭିନୀତ ହେବ।
The post ଚାଲିଛି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ବିଚଳିତ ମହାରାଜ କଂସ, ମନରୁ ଯାଉନି ମୃତ୍ୟୁର ଭୟ appeared first on KNews Odisha.