Trump on USAID; ‘ଭାରତକୁ ଆର୍ଥିକ ସହାୟତାର ଆବଶ୍ୟକତା ନାହିଁ, ସୁବିଧା ନେଇ ଆମେରିକାଠୁ ଉଠାଉଛି ଫାଇଦା’
ନୂଆଦିଲ୍ଲୀ: ୟୁନାଇଟଡ୍ ଷ୍ଟେଟ୍ ଏଜେନ୍ସି ଫର୍ ଇଣ୍ଟର ନ୍ୟାସନାଲ ଡେଭଲମେଣ୍ଟ ଦ୍ବାରା ଭାରତକୁ ପ୍ରଦାନ କରାଯାଇଥିବା ଫଣ୍ଡ୍କୁ ନେଇ ପୁଣି ଥରେ ଆମେରିକା ରାଷ୍ଟ୍ରପତି ହମଲା କରିଛନ୍ତି । ସେ ଦାବି କରିଛନ୍ତି, ସାଧାରଣ ନିର୍ବାଚନ ବେଳେ ଭାରତକୁ ୧୮ ମିଲିୟନ ଡଲାର ପ୍ରଦାନ କରାଯାଇଛି । ଡୋନାଲ୍ଡ ଡ୍ରମ୍ପ କହିଛନ୍ତି, ଭାରତକୁ ନିର୍ବାଚନ ସହାୟତା ପ୍ରଦାନ କରିବା ଅନାବଶ୍ୟକ ଥିଲା । କାରଣ ଭାରତକୁ ଆର୍ଥିକ ସହାୟତାର କୌଣସି ଆବଶ୍ୟକତା ନାହିଁ । ଏହାଛଡ଼ା ଭାରତ ଆମେରିକା ଠାରୁ ବିଭିନ୍ନ ପ୍ରକାର ଫାଇଦା ଉଠାଉଛି, ହେଲେ ଟାରିଫ୍ କମ୍ କରୁନାହିଁ । ବିଶ୍ବସ୍ତରରେ ଦେଖିଲେ ସାଉଥ୍ ଏସିଆର ଏହି ଦେଶ ୟୁଏସଏ ଉପରେ ସର୍ବାଧିକ ଅର୍ଥାତ୍ ୨୦୦ ପ୍ରତିଶତ ଟାରିଫ୍ ଲାଗୁ କରିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।ଶୀଘ୍ର ସାମ୍ନାକୁ ଆସିବ ତଥ୍ୟ:ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ପୂର୍ବରୁ ଶନିବାର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁନାଇଟଡ୍ ଷ୍ଟେଟ୍ ଏଜେନ୍ସି ଫର୍ ଇଣ୍ଟର ନ୍ୟାସନାଲ ଡେଭଲମେଣ୍ଟ ଫଣ୍ଡକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଜୟଶଙ୍କର କହିଛନ୍ତି, ଆମେରିକାର ଟ୍ରମ୍ପ ପ୍ରଶାସନ ଦ୍ବାରା ଦିଆଯାଇଥିବା ବୟାନର ଯାଞ୍ଚ ଚାଲିଛି, ଖୁବଶୀଘ୍ର ତଥ୍ୟ ସାମ୍ନାକୁ ଆସିବ । ଏହାଛଡ଼ା ୟୁଏସଏଆଈଡିକୁ ଭାରତରେ ଗୁଡ୍ ଓ୍ବେଥ୍ ସହିତ କାର୍ଯ୍ୟକରିବାକୁ ଅନୁମତି ପ୍ରଦାନ କରାଯାଇଛି । ହେଲେ ଆମେରିକାର ନୀତି ନୈତିକତା ସଠିକ୍ ଦିଗରେ ଯାଉନଥିବା କହିଛନ୍ତି ଏସ
ନୂଆଦିଲ୍ଲୀ: ୟୁନାଇଟଡ୍ ଷ୍ଟେଟ୍ ଏଜେନ୍ସି ଫର୍ ଇଣ୍ଟର ନ୍ୟାସନାଲ ଡେଭଲମେଣ୍ଟ ଦ୍ବାରା ଭାରତକୁ ପ୍ରଦାନ କରାଯାଇଥିବା ଫଣ୍ଡ୍କୁ ନେଇ ପୁଣି ଥରେ ଆମେରିକା ରାଷ୍ଟ୍ରପତି ହମଲା କରିଛନ୍ତି । ସେ ଦାବି କରିଛନ୍ତି, ସାଧାରଣ ନିର୍ବାଚନ ବେଳେ ଭାରତକୁ ୧୮ ମିଲିୟନ ଡଲାର ପ୍ରଦାନ କରାଯାଇଛି । ଡୋନାଲ୍ଡ ଡ୍ରମ୍ପ କହିଛନ୍ତି, ଭାରତକୁ ନିର୍ବାଚନ ସହାୟତା ପ୍ରଦାନ କରିବା ଅନାବଶ୍ୟକ ଥିଲା । କାରଣ ଭାରତକୁ ଆର୍ଥିକ ସହାୟତାର କୌଣସି ଆବଶ୍ୟକତା ନାହିଁ । ଏହାଛଡ଼ା ଭାରତ ଆମେରିକା ଠାରୁ ବିଭିନ୍ନ ପ୍ରକାର ଫାଇଦା ଉଠାଉଛି, ହେଲେ ଟାରିଫ୍ କମ୍ କରୁନାହିଁ । ବିଶ୍ବସ୍ତରରେ ଦେଖିଲେ ସାଉଥ୍ ଏସିଆର ଏହି ଦେଶ ୟୁଏସଏ ଉପରେ ସର୍ବାଧିକ ଅର୍ଥାତ୍ ୨୦୦ ପ୍ରତିଶତ ଟାରିଫ୍ ଲାଗୁ କରିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।
ଶୀଘ୍ର ସାମ୍ନାକୁ ଆସିବ ତଥ୍ୟ:
ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ପୂର୍ବରୁ ଶନିବାର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁନାଇଟଡ୍ ଷ୍ଟେଟ୍ ଏଜେନ୍ସି ଫର୍ ଇଣ୍ଟର ନ୍ୟାସନାଲ ଡେଭଲମେଣ୍ଟ ଫଣ୍ଡକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ଜୟଶଙ୍କର କହିଛନ୍ତି, ଆମେରିକାର ଟ୍ରମ୍ପ ପ୍ରଶାସନ ଦ୍ବାରା ଦିଆଯାଇଥିବା ବୟାନର ଯାଞ୍ଚ ଚାଲିଛି, ଖୁବଶୀଘ୍ର ତଥ୍ୟ ସାମ୍ନାକୁ ଆସିବ । ଏହାଛଡ଼ା ୟୁଏସଏଆଈଡିକୁ ଭାରତରେ ଗୁଡ୍ ଓ୍ବେଥ୍ ସହିତ କାର୍ଯ୍ୟକରିବାକୁ ଅନୁମତି ପ୍ରଦାନ କରାଯାଇଛି । ହେଲେ ଆମେରିକାର ନୀତି ନୈତିକତା ସଠିକ୍ ଦିଗରେ ଯାଉନଥିବା କହିଛନ୍ତି ଏସ. ଜୟଶଙ୍କର ।
ମାମଲାର ଯାଞ୍ଚ କରୁଛନ୍ତି ସରକାର:
ୟୁଏସଏଆଈଡି ଦ୍ବାରା ନିର୍ବାଚନ ସମୟରେ ଭାରତକୁ ପ୍ରଦାନ କରାଯାଇଥିବା ଫଣ୍ଡ ତଥ୍ୟକୁ ଟ୍ରମ୍ପ ପ୍ରଶାସନର କିଛି ଅଧିକାରୀ ସାର୍ବଜନିକ କରିଛନ୍ତି । ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ । ଏଥିରେ ଅନୁମେୟ କରି ହେଉଛି ଯେ, ଆମେରିକା କିଛି ବିଦେଶ ଉଦ୍ଦେଶ୍ୟ ରଖି ଏଭଳି କରାଯାଉଛି । ଏହାକୁ ଗମ୍ଭୀରତାର ସହିତ ନେଇ ଭାରତ ସରକାର ଯାଞ୍ଚ କରୁଛନ୍ତି ବୋଲି ଭାରତୀୟ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି । ।