ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର : ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ । ଗଣତନ୍ତ୍ର ଦିବସର ୪ ଦିନ ପରେ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର ଓଏସଏପି ସେଭେନଥ୍ ବାଟାଲିୟନ୍ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗଦେଇ ଧ୍ବଜା ଅବତରଣ କରିଛନ୍ତି ।ଧ୍ବଜା ଅବତରଣ ପରେ ଓଡିଶା ପୋଲିସର ପାଇପ ବ୍ୟାଣ୍ଡ, ଡ୍ରମର, ଷ୍ଟ୍ରିଙ୍ଗ ବ୍ୟାଣ୍ଡ, ବ୍ରାସ ବ୍ୟାଣ୍ଡ ପ୍ରମୁଖ ସେମାନଙ୍କ ମ୍ୟୁଜିକାଲ କାର୍ୟ୍ୟକ୍ରମ ଦେଖାଇଥିଲେ । ବିଭିନ୍ନ ଦେଶାତ୍ମବୋଧକ […] The post ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି appeared first on KNews Odisha.

ଭୁବନେଶ୍ୱର : ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ । ଗଣତନ୍ତ୍ର ଦିବସର ୪ ଦିନ ପରେ ପତାକା ଅବତରଣ ଉତ୍ସବ ଅନୁଷ୍ଠିତ । ଭୁବନେଶ୍ୱର ଓଏସଏପି ସେଭେନଥ୍ ବାଟାଲିୟନ୍ ପ୍ୟାରେଡ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗଦେଇ ଧ୍ବଜା ଅବତରଣ କରିଛନ୍ତି ।ଧ୍ବଜା ଅବତରଣ ପରେ ଓଡିଶା ପୋଲିସର ପାଇପ ବ୍ୟାଣ୍ଡ, ଡ୍ରମର, ଷ୍ଟ୍ରିଙ୍ଗ ବ୍ୟାଣ୍ଡ, ବ୍ରାସ ବ୍ୟାଣ୍ଡ ପ୍ରମୁଖ ସେମାନଙ୍କ ମ୍ୟୁଜିକାଲ କାର୍ୟ୍ୟକ୍ରମ ଦେଖାଇଥିଲେ ।
ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ଧୂନରେ ପୋଲିସ ଜବାନମାନେ ସଙ୍ଗୀତ ପରିବେଷଣ କରିଥିଲେ । ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଓଡିଶା ପୋଲିସ ବ୍ୟାଣ୍ଡ । ପାଇପ୍ ବ୍ୟାଣ୍ଡ ବ୍ରାସ ବ୍ୟାଣ୍ଡରେ ଦେଶାତ୍ମବୋଧକ ସଙ୍ଗୀତ ଧୂନ ପରିବେଷଣ କରାଯାଇଥିଲା । ମନ ମୋହିଥିଲା ଘୁମୁରା ନୃତ୍ୟ । ସୂର୍ୟ୍ୟାସ୍ତ ପରେ ଯୁଦ୍ଧ କ୍ଷେତ୍ରରୁ ସୈନ୍ୟମାନଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ପୂର୍ବରୁ ଯୁଦ୍ଧବସାନ ବାଦ୍ୟ ସହ ଧ୍ବଜା ଅବତରଣ କରାଯାଉଥିଲା । ସେହି ପରମ୍ପରାକୁ ବତ୍ତମାନ ମଧ୍ୟ ବଜାୟ ରଖିବା ଲାଗି ଏହି କାର୍ୟ୍ୟକ୍ରମ କରାଯାଇଥାଏ ।
The post ଭୁବନେଶ୍ୱରରେ ପତାକା ଅବତରଣ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି appeared first on KNews Odisha.