୧୦ମ ପାସ୍‌ କରିଥିଲେ ୪୪୨୨୮ ପଦବୀ ପାଇଁ କରନ୍ତୁ ଆବେଦନ, ଇଣ୍ଡିଆ ପୋଷ୍ଟରେ ହେଉଛି ଭର୍ତ୍ତି

ଇଣ୍ଡିଆ ପୋଷ୍ଟରେ ଜିଡିଏସରେ ବମ୍ପର ପଦବୀରେ ଭର୍ତ୍ତି । ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆବେଦନ ଲିଙ୍କ ଆକ୍ଟିଭ ହୋଇଯାଇଛି । ଏଥିପାଇଁ ରେଜିଷ୍ଟ୍ରେସନ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଇଣ୍ଡିଆ ପୋଷ୍ଟ ଜିଡିଏସ ପଦବୀରେ ଆବେଦନ କରିବା ପାଇଁ ୱେବସାଇଟକୁ ଯାଆନ୍ତୁ । indiapostgdsonline.gov.in କୁ ଯାଆଇ ଫର୍ମ ଭରିପାରିବେ । ଏହି ପଦବୀ ପାଇଁ […] The post ୧୦ମ ପାସ୍‌ କରିଥିଲେ ୪୪୨୨୮ ପଦବୀ ପାଇଁ କରନ୍ତୁ ଆବେଦନ, ଇଣ୍ଡିଆ ପୋଷ୍ଟରେ ହେଉଛି ଭର୍ତ୍ତି appeared first on KNews Odisha.

୧୦ମ ପାସ୍‌ କରିଥିଲେ ୪୪୨୨୮ ପଦବୀ ପାଇଁ କରନ୍ତୁ ଆବେଦନ, ଇଣ୍ଡିଆ ପୋଷ୍ଟରେ ହେଉଛି ଭର୍ତ୍ତି
post

ଇଣ୍ଡିଆ ପୋଷ୍ଟରେ ଜିଡିଏସରେ ବମ୍ପର ପଦବୀରେ ଭର୍ତ୍ତି । ଯୋଗ୍ୟ ପ୍ରାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆବେଦନ ଲିଙ୍କ ଆକ୍ଟିଭ ହୋଇଯାଇଛି । ଏଥିପାଇଁ ରେଜିଷ୍ଟ୍ରେସନ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବା ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ଇଣ୍ଡିଆ ପୋଷ୍ଟ ଜିଡିଏସ ପଦବୀରେ ଆବେଦନ କରିବା ପାଇଁ ୱେବସାଇଟକୁ ଯାଆନ୍ତୁ । indiapostgdsonline.gov.in କୁ ଯାଆଇ ଫର୍ମ ଭରିପାରିବେ । ଏହି ପଦବୀ ପାଇଁ ଭର୍ତ୍ତି ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଦିଲ୍ଲୀ, ଗୁଜରାଟ, ହରିୟାଣା, ପଞ୍ଜାବ, ୟୁପି, ଉତ୍ତରାଖଣ୍ଡ, ଏମପି, ରାଜସ୍ଥାନ, ଝାଡ଼ଖଣ୍ଡ ପାଇଁ ହେବ ।

ପଦବୀ ବିବରଣୀ : ୪୪୨୮୮

ଗ୍ରାମୀଣ ଡାକ ସେବକ, ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ମାଷ୍ଟର

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୫ ଅଗଷ୍ଟ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ପ୍ରାର୍ଥୀ ୧୦ମରେ ଇଂଲିଶ ଏବଂ ଗଣିତ ବିଷୟ ରଖିଥିବା ଆବଶ୍ୟକ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ହେବ ନାହିଁ । ମେରିଟ ଆଧାରରେ ପ୍ରାର୍ଥୀଙ୍କ ଚୟନ ହେବ । ୧୦ମ ମାର୍କ ଆଧାରରେ ହେବ ଚୟନ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ଦରମା ଅଲଗା ଅଲଗା ରହିବ । ଜିଡିଏସ, ଏବିପିଏମ ଏବଂ ଡିଜିଏସ ପଦ ପାଇଁ ଦରମା ୧୦,୦୦୦ ଟଙ୍କାରୁ ଆରମ୍ଭ କରି ୨୪,୪୭୦ ଟଙ୍କା ମିଳିବ । ସେହିପରି ବ୍ରାଞ୍ଚ ପୋଷ୍ଟ ମ୍ୟାନେଜର ପାଇଁ ୧୨  ହଜାରରୁ ଆରମ୍ଭ କରି ୨୯,୩୮୦ ଟଙ୍କା ମାସିକ ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

The post ୧୦ମ ପାସ୍‌ କରିଥିଲେ ୪୪୨୨୮ ପଦବୀ ପାଇଁ କରନ୍ତୁ ଆବେଦନ, ଇଣ୍ଡିଆ ପୋଷ୍ଟରେ ହେଉଛି ଭର୍ତ୍ତି appeared first on KNews Odisha.