ସମ୍ବିଧାନ ଦିବସରେ ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ; ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଏହା ସହିତ ସମ୍ବିଧାନକୁ ଗ୍ରହଣ କରିବାକୁ ୭୫ ବର୍ଷ ପୂରିଲା । ପ୍ରତି ବର୍ଷ ଭଳି ସାରା ଦେଶରେ ଆଜି ସମ୍ବିଧାନ ଦିବସ ପାଳନ ହେଉଛି । ଏନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରୁ ଉଭୟ ଗୃହକୁ ସମ୍ବୋଧିତ କରିବେ ।୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଲାଗୁ ହୋଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି । ସେବେ ଠାରୁ ଆଜିର ଦିନକୁ ସାରା ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।   ଏହି ଅବସରରେ ଆଜି ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି   । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବେ। ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ସ୍ମରଣ କରିବାକୁ ଏକ ସ୍ମାରକୀ ମୁଦ୍ରା ଏବଂ ଡାକଟିକେଟ୍ ଉନ୍ମୋଚନ କରାଯିବା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚନ ହେବ । 'ମ

ସମ୍ବିଧାନ ଦିବସରେ ସଂସଦରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ; ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ । ଏହା ସହିତ ସମ୍ବିଧାନକୁ ଗ୍ରହଣ କରିବାକୁ ୭୫ ବର୍ଷ ପୂରିଲା । ପ୍ରତି ବର୍ଷ ଭଳି ସାରା ଦେଶରେ ଆଜି ସମ୍ବିଧାନ ଦିବସ ପାଳନ ହେଉଛି । ଏନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସଂସଦର ସେଣ୍ଟ୍ରାଲ ହଲରୁ ଉଭୟ ଗୃହକୁ ସମ୍ବୋଧିତ କରିବେ ।

୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଲାଗୁ ହୋଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି । ସେବେ ଠାରୁ ଆଜିର ଦିନକୁ ସାରା ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି ।   

ଏହି ଅବସରରେ ଆଜି ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି   । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେବେ। ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ସ୍ମରଣ କରିବାକୁ ଏକ ସ୍ମାରକୀ ମୁଦ୍ରା ଏବଂ ଡାକଟିକେଟ୍ ଉନ୍ମୋଚନ କରାଯିବା ସହ ସଂସ୍କୃତ ଓ ମୈଥିଲୀ ଭାଷାରେ ସମ୍ବିଧାନ ପୁସ୍ତକ ଉନ୍ମୋଚନ ହେବ । 'ମେକିଂ ଅଫ୍‌ କନ୍‌ଷ୍ଟିଚ୍ୟୁଶନ: ଏ ଗ୍ଲିମ୍ପେଜ୍‌' ଏବଂ 'ମେକିଂ ଅଫ୍‌ କନ୍‌ଷ୍ଟିଚ୍ୟୁଶନ ଆଣ୍ଡ ଇଟ୍‌ସ ଗ୍ଲୋରିଅସ୍‌ ଜର୍ନି' ନାମରେ ଦୁଇଟି ପୁସ୍ତକ ମଧ୍ୟ ରିଲିଜ୍‌ ହେବ ।