ପ୍ରୟାଗରାଜକୁ ଗଲା ଖାଲି ବସ, ଆଶାୟୀ ଅସନ୍ତୋଷ
କେନ୍ଦୁଝର,୨୧।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ପ୍ରୟାଗରାଜକୁ ସତନ୍ତ୍ର ବସ ଚଳାଚଳ କରୁଛି। ପ୍ରୟାଗ ରାଜ ସାଙ୍ଗକୁ ଅଯୋଧ୍ୟା ଦର୍ଶନ ପାଇଁ ପ୍ୟାକେଜ ଟୁର୍ରେ ଯାତ୍ରୀମାନେ ଯାଉଛନ୍ତି। ପୂର୍ବରୁ ଯାଇଥିବା ବସ ଗୁଡ଼ିକରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନେକ ଯାତ୍ରୀ ଆଶା କରି ଟିକେଟ ନ ପାଇ ନିରାଶ ହୋଇଥିଲେ। ତେବେ ଉପଯୁକ୍ତ ପ୍ରଚାର ଅଭାବରୁ ବହୁ ଯାତ୍ରୀ ବସ ଯାତ୍ରା ସୂଚନା ପାଉ ନାହାଁନ୍ତି। ଫଳରେ ଗତ କଲି ଯାଇଥିବା ଏକ ସତନ୍ତ୍ର ଖାଲି […] The post ପ୍ରୟାଗରାଜକୁ ଗଲା ଖାଲି ବସ, ଆଶାୟୀ ଅସନ୍ତୋଷ appeared first on Dharitri Odia News.
କେନ୍ଦୁଝର,୨୧।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ପ୍ରୟାଗରାଜକୁ ସତନ୍ତ୍ର ବସ ଚଳାଚଳ କରୁଛି। ପ୍ରୟାଗ ରାଜ ସାଙ୍ଗକୁ ଅଯୋଧ୍ୟା ଦର୍ଶନ ପାଇଁ ପ୍ୟାକେଜ ଟୁର୍ରେ ଯାତ୍ରୀମାନେ ଯାଉଛନ୍ତି। ପୂର୍ବରୁ ଯାଇଥିବା ବସ ଗୁଡ଼ିକରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନେକ ଯାତ୍ରୀ ଆଶା କରି ଟିକେଟ ନ ପାଇ ନିରାଶ ହୋଇଥିଲେ। ତେବେ ଉପଯୁକ୍ତ ପ୍ରଚାର ଅଭାବରୁ ବହୁ ଯାତ୍ରୀ ବସ ଯାତ୍ରା ସୂଚନା ପାଉ ନାହାଁନ୍ତି। ଫଳରେ ଗତ କଲି ଯାଇଥିବା ଏକ ସତନ୍ତ୍ର ଖାଲି ସିଟ ରେ ଯିବାକୁ ପଡ଼ିଛି। ଫଳରେ ଓଏସଆରଟିସି ର ବ୍ୟାପକ କ୍ଷତି ହୋଇଛି। ପାଖାପାଖି ୫୩ ସିଟ ରହିଥିବା ବେଳେ ମାତ୍ର ୧୪ ଜଣ ଯାତ୍ରୀ ଯାଇଥିବା ସୂଚନା ମିଳିଛି। ସିଟ ପିଛା ମହିଳାଙ୍କ ପାଇଁ ୩୬୬୮ ଟଙ୍କା ଓ ପୁରୁଷଙ୍କ ପାଇଁ ୫୬୭୮ ଟଙ୍କା ଧାର୍ଯ୍ୟ କରାଯାଇଛି।
ଏଣୁ ଯାତ୍ରୀଙ୍କୁ ନେଇ ଯାଇଥିଲେ ଲାଭ ହେଉ ବା ନ ହେଉ କ୍ଷତି ହେଉ ନ ଥିଲା। କିନ୍ତୁ ଏଥିରେ ବହୁ କ୍ଷତି ହୋଇଥିବାରୁ ସ୍ଥାନୀୟ ଲୋକେ ଉଦବେଗ କରିଛନ୍ତି। ଟିକେଟ ନ ପାଇ ଲୋକେ ଫେରୁଥିବା ବେଳେ ଏଭଳି ଖାଲି ବସ ଯିବା ବିଭାଗର ଦାୟିତ୍ୱହୀନତା ବୋଲି ଅନେକ ମତ ବ୍ୟକ୍ତ କରୁଛନ୍ତି। ଖାଲି ଯାଇଥିବା ଜାଣି ବହୁ ଆଶାୟୀ ଯାତ୍ରୀ ନିରାଶ ହୋଇଛନ୍ତି। ଏପରିକି ଗାଡ଼ି ର ତେଲ ଖର୍ଚ୍ଚ ତ ଦୁଆରର କଥା କର୍ମଚାରୀ ଙ୍କ ଖର୍ଚ୍ଚ ଉଠିବ ନାହିଁ। ପ୍ରଚାର ପ୍ରସାର ଅଭାବରୁ ବହୁ ଯାତ୍ରୀ ଜାଣି ପାରିନାହାଁନ୍ତି। ଅନ୍ୟ ପକ୍ଷରେ ଏହି ବସ ମୁଖ୍ୟମନ୍ତ୍ରୀ ଙ୍କ ଆଗ୍ରହ କ୍ରମେ ଯାଇଥିବା ଜଣା ପଡ଼ିଛି। ଏ ନେଇ ଜିଲା ପରିବହନ ପରିଚାଳକ , ଓଏସଆରଟିସି ଗୌରବ ଜେନା କହିଛନ୍ତି ଯେ ଦୁଇ ଦିନ ପ୍ରଚାର କରିଥିଲୁ। କିନ୍ତୁ ଯାତ୍ରୀ ହେଲେ ନାହିଁ।ଏଣୁ ଖାଲି ହେଲା। ସବୁ ବସ ରେ ଲାଭ ହୋଇଥିଲା, କିନ୍ତୁ ଏଥିରେ ହେବ ନାହିଁ। ଅନ୍ୟ ପକ୍ଷରେ କୁମ୍ଭ ମେଳା ପାଇଁ ଯାତ୍ରୀ ଙ୍କ ଭିଡ ଲାଗିଥିବା ବେଳେ ଏହି ବସ ରେ କାହିଁକି ଯାତ୍ରୀ ହେଲେ ନାହିଁ, ତାହାର କାରଣ ଯାଞ୍ଚ କରିବାକୁ ଦାବି ହେଉଛି।
The post ପ୍ରୟାଗରାଜକୁ ଗଲା ଖାଲି ବସ, ଆଶାୟୀ ଅସନ୍ତୋଷ appeared first on Dharitri Odia News.