ଆମ୍ବୁଲାନ୍ସରୁ ଧରା ହେଲେ ନକଲି ସିବିଆଇ ଅଫିସର!
ବାଙ୍ଗିରିପୋଷି : ଆମ୍ବୁଲାନ୍ସରୁ ଧରା ହେଲେ ନକଲି ସିବିଆଇ ଅଫିସର! । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୮ନମ୍ବର କଳାବାଡ଼ିଆ ନିକଟରେ ଏକ ଆମ୍ବୁଲାନ୍ସରୁ ନକଲି ସିବିଆଇ ଅଫିସରକୁ ଧରା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଅଞ୍ଚଳର ଯୁବକ ଜଣକ ଫେରାର ହୋଇଯାଇଛନ୍ତି । ଆଜି ସକାଳେ ଏକ ଆମ୍ବୁଲାନ୍ସରେ ଜଣେ ଅପରାଧୀକୁ ବେତନଟୀ ଅଞ୍ଚଳର ନକଲି ସିବିଆଇ ବ୍ୟକ୍ତି ଜଣକ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଜାମଶୂଳା ନେଇ ଛାଡ଼ିବାକୁ […] The post ଆମ୍ବୁଲାନ୍ସରୁ ଧରା ହେଲେ ନକଲି ସିବିଆଇ ଅଫିସର! appeared first on KNews Odisha.

ବାଙ୍ଗିରିପୋଷି : ଆମ୍ବୁଲାନ୍ସରୁ ଧରା ହେଲେ ନକଲି ସିବିଆଇ ଅଫିସର! । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୮ନମ୍ବର କଳାବାଡ଼ିଆ ନିକଟରେ ଏକ ଆମ୍ବୁଲାନ୍ସରୁ ନକଲି ସିବିଆଇ ଅଫିସରକୁ ଧରା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଅଞ୍ଚଳର ଯୁବକ ଜଣକ ଫେରାର ହୋଇଯାଇଛନ୍ତି ।
ଆଜି ସକାଳେ ଏକ ଆମ୍ବୁଲାନ୍ସରେ ଜଣେ ଅପରାଧୀକୁ ବେତନଟୀ ଅଞ୍ଚଳର ନକଲି ସିବିଆଇ ବ୍ୟକ୍ତି ଜଣକ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଜାମଶୂଳା ନେଇ ଛାଡ଼ିବାକୁ ଯାଉଥିବା ବେଳେ କଳାବାଡ଼ିଆ ନିକଟରେ ଫେରାର ଯୁବକ ଜଣଙ୍କ ପରିଶ୍ରା କରିବି କହିବାରୁ ଡ୍ରାଇଭର ଗାଡ଼ି ଅଟକାଇଥିଲେ। ତତକ୍ଷଣାତ କଳା କପଡା ଘୋଡେ଼ଇ ହୋଇଥିବା ରୋଗୀ ଜଣଙ୍କ ଦୌଡ଼ି ଫେରାର ହୋଇଯାଇଥିଲେ। ଏହା ଦେଖି ଚାଳକ ପାଟି କରିବାରୁ ସ୍ଥାନୀୟ ଲୋକେ ପହଞ୍ଚିବାରୁ ଘଟଣା ସାମ୍ନାକୁ ଆସିଥିଲା।
ଚାଳକଙ୍କ ସହିତ ରହିଥିବା ସହିଯୋଗୀ ନିଜକୁ ସିବିଆଇ ଅଫିସର୍ କହି ଜଣେ ଆସାମୀକୁ ତିନିରାଜ୍ୟ ସୀମା ଜାମଶଳାକୁ ନେଇ ଯାଉଥିବା କହିଥିଲେ। ସ୍ଥାନୀୟ ଲୋକେ ଏମାନଙ୍କ ଗତିବିଧିରେ ସନ୍ଦେହ କରି ବାଙ୍ଗିରିପୋଷି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସହିତ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ଘଟଣା ବାବଦରେ ଜଣା ପଡ଼ିଥିଲା।
The post ଆମ୍ବୁଲାନ୍ସରୁ ଧରା ହେଲେ ନକଲି ସିବିଆଇ ଅଫିସର! appeared first on KNews Odisha.