TFT ଡିସପ୍ଲେ ସହିତ ଲଞ୍ଚ ହୋଇଛି ନୂଆ Suzuki Access 125, ରହିଛି ବଢ଼ିଆ ଫିଚର୍ସ
ସୁଜୁକି ମୋଟରସାଇକେଲ୍ ଇଣ୍ଡିଆ ଏହାର ପପୁଲାର ସ୍କୁଟର Access 125 ର ଏକ ନୂଆ ଟପ୍-ଏଣ୍ଡ ଭାରିଆଣ୍ଟ ଲଞ୍ଚ କରିଛି । ଯାହାକୁ କମ୍ପାନୀ ‘‘ରାଇଡ୍ କନେକ୍ଟ TFT’’ ନାମ ଦେଇଛି । ଏହି ନୂଆ ଭାରିଆଣ୍ଟର ମୂଲ୍ୟ ପୁରୁଣା ଭର୍ସନ ଅପେକ୍ଷା ପ୍ରାୟ ୬,୮୦୦ ଟଙ୍କା ଅଧିକ । କିନ୍ତୁ ଏଥିରେ ଉପଲବ୍ଧ ନୂଆ ଫିଚର୍ସଗୁଡ଼ିକ ଏହି ମୂଲ୍ୟକୁ ଅନେକ ପରିମାଣରେ ଯଥାର୍ଥ କରେ । ଏହି ନୂଆ ଭସର୍ନର ସବୁଠାରୁ ବଡ଼ ଖାସ୍ କଥା […] The post TFT ଡିସପ୍ଲେ ସହିତ ଲଞ୍ଚ ହୋଇଛି ନୂଆ Suzuki Access 125, ରହିଛି ବଢ଼ିଆ ଫିଚର୍ସ appeared first on KNews Odisha.

ସୁଜୁକି ମୋଟରସାଇକେଲ୍ ଇଣ୍ଡିଆ ଏହାର ପପୁଲାର ସ୍କୁଟର Access 125 ର ଏକ ନୂଆ ଟପ୍-ଏଣ୍ଡ ଭାରିଆଣ୍ଟ ଲଞ୍ଚ କରିଛି । ଯାହାକୁ କମ୍ପାନୀ ‘‘ରାଇଡ୍ କନେକ୍ଟ TFT’’ ନାମ ଦେଇଛି । ଏହି ନୂଆ ଭାରିଆଣ୍ଟର ମୂଲ୍ୟ ପୁରୁଣା ଭର୍ସନ ଅପେକ୍ଷା ପ୍ରାୟ ୬,୮୦୦ ଟଙ୍କା ଅଧିକ । କିନ୍ତୁ ଏଥିରେ ଉପଲବ୍ଧ ନୂଆ ଫିଚର୍ସଗୁଡ଼ିକ ଏହି ମୂଲ୍ୟକୁ ଅନେକ ପରିମାଣରେ ଯଥାର୍ଥ କରେ ।
ଏହି ନୂଆ ଭସର୍ନର ସବୁଠାରୁ ବଡ଼ ଖାସ୍ କଥା ହେଉଛି ଏହାର ୪.୨-ଇଞ୍ଚ TFT ଡିସପ୍ଲେ, ଯାହା ଏପର୍ଯ୍ୟନ୍ତ କେବଳ ହାଇ-ଏଣ୍ଡ ବାଇକ୍ସରେ ଦେଖାଯାଉଥିଲା । ଏବେ ଏହି ଫିଚର୍ସ ସାଧାରଣ ସ୍କୁଟର ୟୁଜର୍ସଙ୍କୁ ମଧ୍ୟ ଡିଜିଟାଲ୍, ସ୍ମାର୍ଟ ଏବଂ କନବିନିୟଣ୍ଟ ରାଇଡିଂ ଏକ୍ସପେରିୟନ୍ସ ପ୍ରଦାନ କରିବାକୁ ଯାଉଛି ।
TFT ଅର୍ଥାତ୍ Thin Film Transistor ଏକ ହାଇ-କ୍ବାଲିଟି ଡିଜିଟାଲ୍ ସ୍କ୍ରିନ୍ । ଏହା ବେଷ୍ଟ କଲର, ହାଇ ରିଫ୍ରେସ୍ ରେଟ୍ ଏବଂ ସ୍ପଷ୍ଟ ଭିଜିବିଲିଟି ପ୍ରଦାନ କରେ । ଏଥିରେ, ଆପଣ ବ୍ଲୁଟୁଥ୍ ମାଧ୍ୟମରେ ସ୍ମାର୍ଟଫୋନକୁ କନେକ୍ଟ କରିପାରିବେ । ସ୍କ୍ରିନରେ କଲ୍, ନୋଟିଫିକେସନ୍ ଏବଂ ବ୍ୟାଟେରୀ ସ୍ତର ଦୃଶ୍ୟମାନ ହେଉଛି । ଏଥିରେ ଟର୍ନ-ବାୟ-ଟର୍ନ ନାଭିଗେସନ୍, ଟାଇମ୍, ରେଞ୍ଜ ଏବଂ ଟ୍ରିପ୍ ମିଟର ଭଳି ଫିଚର୍ସ ରହିଛି । ଦିବା ଏବଂ ରାତି ମୋଡ୍ ସୂର୍ଯ୍ୟ କିରଣ କିମ୍ବା ଅନ୍ଧାରରେ ମଧ୍ୟ ସ୍କ୍ରିନକୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ କରିଥାଏ । LCD ତୁଳନାରେ ଅଧିକ ପାୱାରଫୁଲ୍ ଏବଂ ସ୍ମୁଥ୍ । TFT ଡିସପ୍ଲେ କେବଳ ଷ୍ଟାଇଲ୍ ନୁହେଁ, ଏହା ଟେକ୍ନୋଲୋଜି ସହିତ ଜଡିତ ଏକ ସ୍ମାର୍ଟ ଫିଚର ।
Access 125 TFTରେ ଏକ ନୂଆ ପର୍ଲ ଆକ୍ୱା ସିଲଭର ରଙ୍ଗ ଯୋଡାଯାଇଛି । ଏହାକୁ ଖାସ୍ କରି ଯୁବପିଢ଼ିଙ୍କୁ ମନରେ ରଖି ଅଣାଯାଇଛି । ଏହା ବ୍ୟତୀତ, ଆହୁରି ଚାରୋଟି କଲର (ମେଟାଲିକ୍ ମ୍ୟାଟ୍ ଷ୍ଟେଲାର୍ ବ୍ଲୁ, ପର୍ଲ ଗ୍ରେସ୍ ହ୍ୱାଇଟ୍, ସଲିଡ୍ ଆଇସ୍ ଗ୍ରୀନ୍ ଏବଂ ମେଟାଲିକ୍ ମ୍ୟାଟ୍ ବ୍ଲାକ୍) ଉପଲବ୍ଧ । ଏହି ସ୍କୁଟରଟି ଟେକ୍ନୋଲୋଜି ଏବଂ ଷ୍ଟାଇଲ୍ ଉଭୟରେ ବେଷ୍ଟ ।
ପରଫରମାନ୍ସ ଏବଂ ଇଞ୍ଜନ୍ :
ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଥିରେ ଏକ ୧୨୪cc ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଅଛି । ଏହା ୮.୩ bhp ପାୱାର ଏବଂ ୧୦.୨ Nm ଟର୍କ ଜେନେରେଟ୍ କରେ । ୫.୩ ଲିଟର ଫ୍ୟୁଏଲ୍ ଟାଙ୍କି ସହିତ, ଏହି ସ୍କୁଟରଟି ଭଲ ମାଇଲେଜ୍ ଦିଏ । ଆପଣଙ୍କୁ ଜଣାଇ ଦେଉଛୁ ଯେ ନୂଆ TFT ଭାରିଆଣ୍ଟ ୬,୮୦୦ ଟଙ୍କା ମହଙ୍ଗା ଅଛି । କିନ୍ତୁ ଏଥିରେ ଉପଲବ୍ଧ ସ୍ମାର୍ଟ ଫିଚର୍ସଗୁଡ଼ିକ ଏହାକୁ ସମ୍ପୂର୍ଣ୍ଣ ଭେଲ୍ୟୁ ଫର-ମନି କରିଥାଏ ।
The post TFT ଡିସପ୍ଲେ ସହିତ ଲଞ୍ଚ ହୋଇଛି ନୂଆ Suzuki Access 125, ରହିଛି ବଢ଼ିଆ ଫିଚର୍ସ appeared first on KNews Odisha.