ଝୁମର ଦେବା ନାଁରେ ଜଣେ ବ୍ୟକ୍ତିଙ୍କୁ ଠକିଥିଲେ ବ୍ୟବସାୟୀ, ଉଦ୍ଧାର ହେଲା ୧୯ ଲକ୍ଷ ଟଙ୍କା

ବ୍ରହ୍ମପୁର : ଝୁମର ଦେବା ନାଁରେ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଲେ ବ୍ୟବସାୟୀ । ଗ୍ରାହକ ଠାରୁ ୧୯ ଲକ୍ଷ ଟଙ୍କା ନେଇ କାଗଜ ବିଡ଼ା ଭର୍ତ୍ତି ବାକ୍ସ ଧରାଇଦେଲେ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରୁ । ଏନେଇ ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଠକି ନେଇଥିବା ୧୯ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ଦୁଇଟି ବ୍ୟାଗ୍ , ଗୋଟିଏ ଟିଣ ପେଢି […] The post ଝୁମର ଦେବା ନାଁରେ ଜଣେ ବ୍ୟକ୍ତିଙ୍କୁ ଠକିଥିଲେ ବ୍ୟବସାୟୀ, ଉଦ୍ଧାର ହେଲା ୧୯ ଲକ୍ଷ ଟଙ୍କା appeared first on KNews Odisha.

ଝୁମର ଦେବା ନାଁରେ ଜଣେ ବ୍ୟକ୍ତିଙ୍କୁ ଠକିଥିଲେ ବ୍ୟବସାୟୀ, ଉଦ୍ଧାର ହେଲା ୧୯ ଲକ୍ଷ ଟଙ୍କା
ps

ବ୍ରହ୍ମପୁର : ଝୁମର ଦେବା ନାଁରେ ଜଣେ ବ୍ୟକ୍ତିଙ୍କୁ ଚୁନ ମାରିଲେ ବ୍ୟବସାୟୀ । ଗ୍ରାହକ ଠାରୁ ୧୯ ଲକ୍ଷ ଟଙ୍କା ନେଇ କାଗଜ ବିଡ଼ା ଭର୍ତ୍ତି ବାକ୍ସ ଧରାଇଦେଲେ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରୁ । ଏନେଇ ଥାନାରେ ଅଭିଯୋଗ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଠକି ନେଇଥିବା ୧୯ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ଦୁଇଟି ବ୍ୟାଗ୍ , ଗୋଟିଏ ଟିଣ ପେଢି ଓ ଛଅଟି ମୋବାଇଲକୁ ପୋଲିସ ଜବତ କରିଛି ।

ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଶିବ ଶଙ୍କର ପଟ୍ଟନାୟକ, ଅଜୟ କୁମାର ମହାନ୍ତି ଓ ବାଳକୃଷ୍ଣ ପ୍ରଧାନ। ଅଭିଯୁକ୍ତ ମାନେ ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଲାଇନର ପ୍ରମୋଦ କୁମାର ସାହୁ ନାମକ ଜଣେ ବ୍ୟବସାୟୀଙ୍କ ସହ ସମ୍ପର୍କରେ ଆସିଥିଲେ । ପରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଶିବ ଶଙ୍କର ଏକ କମ୍ପାନୀରେ କାମ କରୁଥିବା କହି ପୁରୁଣା ଝୁମର ୫୦ ଲକ୍ଷରୁ କୋଟିଏ ଟଙ୍କାରେ କିଣୁଥିବା କହିଥିଲେ । ବ୍ୟବସାୟୀ ପ୍ରମୋଦ ୧୯ ଲକ୍ଷରେଏହି ଝୁମର କିଣି ୫୦ ଲକ୍ଷ ଟଙ୍କାରେ ବିକ୍ରୀ କରିବ ବୋଲି ଭାବି ଠକଙ୍କ ସହ ଯୋଗାଯୋଗ କରିଥିଲେ ।

ପ୍ରମୋଦ ଝୁମର କିଣିବା ପାଇଁ ଟଙ୍କା ଦେଇଥିବା ବେଳେ ଅଭିଯୁକ୍ତ ମାନେ ଚତୁରତାର ସହ ତାଙ୍କୁ ୧୯ ଲକ୍ଷ ଟଙ୍କା ବଦଳରେ କାଗଜ ଟଙ୍କା ବିଡ଼ା ଧରାଇ ଦେଇ ଚମ୍ପଟ ମାରିଥିଲେ । ଦୀର୍ଘ ସମୟ ଧରି ଝୁମର ଧରି ନ ଆସିବାରୁ ଚକମାନେ ଦେଇଥିବା ଟଙ୍କା ଦେଖିଥିଲେ ଓ କାଗଜ ବିଡ଼ା ବୋଲି ଜାଣିବାକୁ ପାଇଥିଲେ ।

ପରେ ଏନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଠକେଇର ଶୀକାର ହୋଇଥିବା ବ୍ୟବସାୟୀ ପ୍ରମୋଦ ଏତେ ଟଙ୍କା କିଭଳି ଆଣିଲେ ସେ ନେଇ ପୋଲିସ ତଦନ୍ତ କରୁଥିବାବେଳେ ଆୟ ବିଭାଗକୁ ମଧ୍ୟ ତଦନ୍ତ କରିବା ଲାଗି କୁହାଯାଇଛି ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

The post ଝୁମର ଦେବା ନାଁରେ ଜଣେ ବ୍ୟକ୍ତିଙ୍କୁ ଠକିଥିଲେ ବ୍ୟବସାୟୀ, ଉଦ୍ଧାର ହେଲା ୧୯ ଲକ୍ଷ ଟଙ୍କା appeared first on KNews Odisha.