ICC Test Ranking: ଟପ୍-୫ରେ ଯଶସ୍ଵୀଙ୍କ ଏଣ୍ଟ୍ରି, ଉପରକୁ ଉଠିଲେ ପନ୍ତ; ଖସିଲେ କୋହଲି-ରୋହିତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ  ମାନ୍ୟତା ଜାରି କରିଛି । ଟେଷ୍ଟ ବ୍ୟାଟର ତାଲିକାରେ ଯଶସ୍ୱୀ ଜୟସ୍ୱାଲ କମାଲ କରିଛନ୍ତି। ଏହି ବାମହାତୀ ବ୍ୟାଟର ଟପ୍‌-୫ରେ ଏଣ୍ଟ୍ରି କରିଛନ୍ତି । ଜୟସ୍ଵାଲ ୭୫୧ ରେଟିଂ ସହ ପଞ୍ଚମ ସ୍ଥାନକୁ ଉଠିଛନ୍ତି  । ଯଶସ୍ୱୀ ଚେନ୍ନାଇ ଟେଷ୍ଟରେ ପ୍ରଥମ ଇନିଂସରେ ୫୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ପୁଣି ଥରେ ଟପ୍‌-୧୦ରେ ପ୍ରବେଶ କରିଛନ୍ତି । ସେ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ୩୯ ଓ ଦ୍ୱିତୀୟ ଇନିଂସରେ ୧୦୯ ରନର ଶତକୀୟ ଇନିଂସ ଖେଳିଥିଲେ। ତେବେ ଦୁଇ ତାରକା ବ୍ୟାଟର  ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ କ୍ଷତି ସହିବାକୁ ପଡିଛି । କୋହଲି ପାଞ୍ଚଟି ସ୍ଥାନ ତଳକୁ ଖସି ୧୨ମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୭୦୯ ଅଙ୍କ ରହିଛି । ରୋହିତ ଶର୍ମା ମଧ୍ୟ ୫ଟି ସ୍ଥାନ ତଳକୁ ଖସି ଦଶମରେ ରହିଛନ୍ତି । ରୋହିତଙ୍କ ରେଟିଂ ପଏଣ୍ଟ ୭୧୬ ଅଙ୍କ ରହିଛି ।  ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍ ୮୯୯ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ୮୫୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।  ।ବୋଲିଂ ମାନ୍ୟତାରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ସ୍ପିନର ପ୍ରଭାତ ଜୟସୂର୍ଯ୍ୟା ପାଞ୍ଚଟି ସ୍ଥାନ ଉପରକୁ ଉଠି ଟପ୍‌-୧୦ରେ ପ୍ରବେଶ କରିଛନ୍ତି । ସେ ୭୪୩ ରେଟିଂ ପଏଣ

ICC Test Ranking: ଟପ୍-୫ରେ ଯଶସ୍ଵୀଙ୍କ ଏଣ୍ଟ୍ରି, ଉପରକୁ ଉଠିଲେ ପନ୍ତ; ଖସିଲେ କୋହଲି-ରୋହିତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ  ମାନ୍ୟତା ଜାରି କରିଛି । ଟେଷ୍ଟ ବ୍ୟାଟର ତାଲିକାରେ ଯଶସ୍ୱୀ ଜୟସ୍ୱାଲ କମାଲ କରିଛନ୍ତି। ଏହି ବାମହାତୀ ବ୍ୟାଟର ଟପ୍‌-୫ରେ ଏଣ୍ଟ୍ରି କରିଛନ୍ତି । ଜୟସ୍ଵାଲ ୭୫୧ ରେଟିଂ ସହ ପଞ୍ଚମ ସ୍ଥାନକୁ ଉଠିଛନ୍ତି  । ଯଶସ୍ୱୀ ଚେନ୍ନାଇ ଟେଷ୍ଟରେ ପ୍ରଥମ ଇନିଂସରେ ୫୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ପୁଣି ଥରେ ଟପ୍‌-୧୦ରେ ପ୍ରବେଶ କରିଛନ୍ତି । ସେ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ୩୯ ଓ ଦ୍ୱିତୀୟ ଇନିଂସରେ ୧୦୯ ରନର ଶତକୀୟ ଇନିଂସ ଖେଳିଥିଲେ। 

ତେବେ ଦୁଇ ତାରକା ବ୍ୟାଟର  ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ କ୍ଷତି ସହିବାକୁ ପଡିଛି । କୋହଲି ପାଞ୍ଚଟି ସ୍ଥାନ ତଳକୁ ଖସି ୧୨ମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୭୦୯ ଅଙ୍କ ରହିଛି । ରୋହିତ ଶର୍ମା ମଧ୍ୟ ୫ଟି ସ୍ଥାନ ତଳକୁ ଖସି ଦଶମରେ ରହିଛନ୍ତି । ରୋହିତଙ୍କ ରେଟିଂ ପଏଣ୍ଟ ୭୧୬ ଅଙ୍କ ରହିଛି ।  ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍ ୮୯୯ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ୮୫୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।  ।

ବୋଲିଂ ମାନ୍ୟତାରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି । ଶ୍ରୀଲଙ୍କାର ସ୍ପିନର ପ୍ରଭାତ ଜୟସୂର୍ଯ୍ୟା ପାଞ୍ଚଟି ସ୍ଥାନ ଉପରକୁ ଉଠି ଟପ୍‌-୧୦ରେ ପ୍ରବେଶ କରିଛନ୍ତି । ସେ ୭୪୩ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନକୁ ଉଠିଛନ୍ତି। ଜୟସୂର୍ଯ୍ୟା  ନ୍ୟୁଜିଲାଣ୍ଡ ବିପକ୍ଷ ଗାଲେ ଟେଷ୍ଟରେ ୯ ଓ୍ଵିକେଟ୍ ଦାଖଲ କରିଥିଲେ। ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ(୮୭୧) ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଯଶପ୍ରୀ ବୁମରା(୮୫୪) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ଟେଷ୍ଟରେ ଅଶ୍ୱିନ ୬ ଏବଂ ବୁମରା ୫ ୱିକେଟ୍ ଅକ୍ତିକାର କରିଥିଲେ ।