‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ
ନୂଆଦିଲ୍ଲୀ,୨୧।୧୧: ଗୁରୁବାର ଅର୍ଥାତ୍ ୨୧ ନଭେମ୍ବରରେ ଜମ୍ମୁ କୋର୍ଟରେ ୟାସିନ ମଲିକ ହାଜର ହେବା ନିଷ୍ପତ୍ତି ବିରୋଧରେ ସିବିଆଇର ଚ୍ୟାଲେଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଅନୁଷ୍ଠିତ ହୋଇଥିଲା । ୧୯୯୦ରେ ଶ୍ରୀନଗର ଉପକଣ୍ଠରେ ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀଙ୍କ ହତ୍ୟା ଏବଂ ୧୯୮୯ରେ ତତ୍କାଳୀନ ଗୃହମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିୟା ସୟିଦଙ୍କୁ ଅପହରଣ ସହ ଜଡିତ ମାମଲା ଜମ୍ମୁ କୋର୍ଟରେ ଚାଲିଛି। ଏହି ଦୁଇଟି ମାମଲାରେ ୟାସିନ ମଲିକ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। […] The post ‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧୧: ଗୁରୁବାର ଅର୍ଥାତ୍ ୨୧ ନଭେମ୍ବରରେ ଜମ୍ମୁ କୋର୍ଟରେ ୟାସିନ ମଲିକ ହାଜର ହେବା ନିଷ୍ପତ୍ତି ବିରୋଧରେ ସିବିଆଇର ଚ୍ୟାଲେଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଅନୁଷ୍ଠିତ ହୋଇଥିଲା । ୧୯୯୦ରେ ଶ୍ରୀନଗର ଉପକଣ୍ଠରେ ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀଙ୍କ ହତ୍ୟା ଏବଂ ୧୯୮୯ରେ ତତ୍କାଳୀନ ଗୃହମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ରୁବିୟା ସୟିଦଙ୍କୁ ଅପହରଣ ସହ ଜଡିତ ମାମଲା ଜମ୍ମୁ କୋର୍ଟରେ ଚାଲିଛି। ଏହି ଦୁଇଟି ମାମଲାରେ ୟାସିନ ମଲିକ ମୁଖ୍ୟ ଅଭିଯୁକ୍ତ ଅଟନ୍ତି। ଯାହାକୁ ନେଇ ଜମ୍ମୁ କୋର୍ଟ ୟାସିମ ମଲିକଙ୍କ ହାଜର ପାଇଁ କହିଛନ୍ତି।
ଆତଙ୍କବାଦ ପାଣ୍ଠି ମାମଲାରେ ୟାସିନ ମଲିକ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଆତଙ୍କବାଦୀ ଏବଂ ବିଭ୍ରାନ୍ତିକର କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ମାମଲାରେ ୟାସିନ ମଲିକଙ୍କୁ ୨୦୨୨ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। ମଲିକ ମଧ୍ୟ ହାଜର ହେବାକୁ ରାଜି ହୋଇଥିଲେ।
ୟାସିନ ମଲିକଙ୍କୁ ଜମ୍ମୁ କୋର୍ଟରେ ହାଜର କରିବାର ନିଷ୍ପତ୍ତି ଉପରେ ସିବିଆଇ କହିଛି ଯେ ୟାସିନ ମଲିକଙ୍କ ହାଜର ହେବା ଜମ୍ମୁ କଶ୍ମୀରର ପରିବେଶରେ ଉତ୍ତେଜନା ସୃଷ୍ଟି କରିପାରେ ଏବଂ ଏହା ମଲିକଙ୍କ ପାଇଁ ବିପଦ ହୋଇପାରେ।
ସୁପ୍ରିମକୋର୍ଟରେ ଜଷ୍ଟିସ ଏସ ଓକା ଏବଂ ଜଷ୍ଟିସ ଏଜି ମାସିହଙ୍କ ବେଞ୍ଚ ପୂର୍ବରୁ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଆମେ ୟାସିନ ମଲିକଙ୍କୁ ଜମ୍ମୁ କଶ୍ମୀରକୁ ନେବାକୁ ଚାହୁଁ ନାହୁଁ। ଏହା ଉପରେ ଜଷ୍ଟିସ ଓକା ପଚାରିଥିଲେ, ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରସ-ପରୀକ୍ଷଣ ପ୍ରକ୍ରିୟା କିପରି ଶେଷ ହେବ।
The post ‘ୟାସିନ ମଲିକଙ୍କୁ ଜମ୍ମୁ-କଶ୍ମୀର ନେଲେ ବିଗିଡିଯାଇପାରେ ତାଙ୍କ ସ୍ବାସ୍ଥ୍ୟ’,ସୁପ୍ରିମକୋର୍ଟରେ ସିବିଆଇର ଦଲିଲ appeared first on Dharitri Odia News.