ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାରେ ର଼୍ୟାମ୍ପ୍‌ ଶୋ’, ଭିଡିଓ ଭାଇରାଲ ପରେ…

ବରପାଲି,୧ା୯(ଚିତ୍ତରଞ୍ଜନ ସାହୁ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମଧୁମୟ କବିତା ସାରା ବିଶ୍ୱରେ ଆଦୃତ ଲାଭ କରିଥିବା ବେଳେ ଗଙ୍ଗାଧରଙ୍କ କବିତା ବଜାଇ ର଼୍ୟାମ୍ପ୍‌ ଶୋ’ କରିବା ନେଇ କବିଙ୍କ ଜନ୍ମପୀଠ ବରପାଲିରେ ଘୋର ବିରୋଧ କରାଯାଇଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଜୟନ୍ତୀ ସାରା ଓଡ଼ିଶାରେ ପାଳନ ହେଉଥିବା ବେଳେ ବରଗଡ଼ ସହରର ବିଜୁ ପଟ୍ଟନାୟକ ଟାଉନ ହଲରେ ରାଜ୍ୟସ୍ତରୀୟ କାବ୍ୟାଞ୍ଜଳି-୨୦୨୪ ନାମରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଆୟୋଜନ […] The post ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାରେ ର଼୍ୟାମ୍ପ୍‌ ଶୋ’, ଭିଡିଓ ଭାଇରାଲ ପରେ… appeared first on Dharitri Odia News.

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାରେ ର଼୍ୟାମ୍ପ୍‌ ଶୋ’, ଭିଡିଓ ଭାଇରାଲ ପରେ…

ବରପାଲି,୧ା୯(ଚିତ୍ତରଞ୍ଜନ ସାହୁ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମଧୁମୟ କବିତା ସାରା ବିଶ୍ୱରେ ଆଦୃତ ଲାଭ କରିଥିବା ବେଳେ ଗଙ୍ଗାଧରଙ୍କ କବିତା ବଜାଇ ର଼୍ୟାମ୍ପ୍‌ ଶୋ’ କରିବା ନେଇ କବିଙ୍କ ଜନ୍ମପୀଠ ବରପାଲିରେ ଘୋର ବିରୋଧ କରାଯାଇଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଜୟନ୍ତୀ ସାରା ଓଡ଼ିଶାରେ ପାଳନ ହେଉଥିବା ବେଳେ ବରଗଡ଼ ସହରର ବିଜୁ ପଟ୍ଟନାୟକ ଟାଉନ ହଲରେ ରାଜ୍ୟସ୍ତରୀୟ କାବ୍ୟାଞ୍ଜଳି-୨୦୨୪ ନାମରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଆୟୋଜନ ସ୍ବାଗତଯୋଗ୍ୟ। ହେଲେ ଏହି କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେରଙ୍କ ବେଶ ଆଦୃତ ତଥା ଲୋକପ୍ରିୟ ମଙ୍ଗଳେ ଅଇଲା ଉଷା ଗୀତ ବଜାଇ ଯୁବତୀ, ଯୁବକମାନେ ଷ୍ଟେଜ୍‌ ଉପରେ ର଼୍ୟାମ୍ପ୍‌ ଶୋ’ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି। ଏହାର
ଭିଡିଓ ଅଞ୍ଚଳରେ ଏବେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ ଜନ୍ମପୀଠ ବରପାଲିରେ ଏହାକୁ ଘୋର ବିରୋଧ କରାଯାଇଛି। କବିଙ୍କ ନାମରେ ରାଜ୍ୟସ୍ତରୀୟ କାର୍ଯକ୍ରମ କରି ଏପରି କରିବା ଦ୍ୱାରା ଗଙ୍ଗାଧରଙ୍କ ପ୍ରତି ଅପମାନ ବୋଲି ଗଙ୍ଗାଧର ମେହେର କ୍ଲବର ସଭାପତି ଡଃ ଘନଶ୍ୟାମ ପାଣିଗ୍ରାହୀ ପ୍ରକାଶ କରିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟରୁ ନିବୃତ ରହିବା ପାଇଁ ଆୟୋଜକଙ୍କୁ ଅନୁରୋଧ କରିଛନ୍ତି।

The post ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାରେ ର଼୍ୟାମ୍ପ୍‌ ଶୋ’, ଭିଡିଓ ଭାଇରାଲ ପରେ… appeared first on Dharitri Odia News.