ଆଗକୁ ଆସୁଛି ନୂଆ ସିନେମା ‘ଆଶ୍ରମ’
କୌଣସି କ୍ଷେତ୍ରରେ ସଫଳତା ପାଇବା ସହଜ କଥା ନୁହେଁ। ଏଥିପାଇଁ ଲୋଡା ଏକାଗ୍ରତା, ଚେଷ୍ଟା ଆଉ ପ୍ରଗାଢ଼ ନିଷ୍ଠା। ପାଠପଢ଼ା ସମୟରେ ସେ ନିଜକୁ ନୃତ୍ୟ କଳା ସହ ଜଡିତ ରଖିଥିଲେ। ତଥାପି ସେ ନିଜର ଲକ୍ଷ୍ୟ ହାସଲ କରିବା ସହ ଜଣେ ଆଇଏଏସ ଅଫିସର ହୋଇପାରିଛନ୍ତି। ନିଜ କର୍ତ୍ତବ୍ୟମୟ ଜୀବନରେ ସେ କିପରି ଲୋକମାନଙ୍କର ସେବା କରିଛନ୍ତି ଆଉ ଚାକିରିରୁ ଅବସର ନେଇ ନିଜ ପ୍ରିୟ ଘରକୁ ଫେରିବା ପରେ ତାଙ୍କ ମନରେ ଅତୀତର ସ୍ମୃତି […] The post ଆଗକୁ ଆସୁଛି ନୂଆ ସିନେମା ‘ଆଶ୍ରମ’ appeared first on Dharitri Odia News.
କୌଣସି କ୍ଷେତ୍ରରେ ସଫଳତା ପାଇବା ସହଜ କଥା ନୁହେଁ। ଏଥିପାଇଁ ଲୋଡା ଏକାଗ୍ରତା, ଚେଷ୍ଟା ଆଉ ପ୍ରଗାଢ଼ ନିଷ୍ଠା। ପାଠପଢ଼ା ସମୟରେ ସେ ନିଜକୁ ନୃତ୍ୟ କଳା ସହ ଜଡିତ ରଖିଥିଲେ। ତଥାପି ସେ ନିଜର ଲକ୍ଷ୍ୟ ହାସଲ କରିବା ସହ ଜଣେ ଆଇଏଏସ ଅଫିସର ହୋଇପାରିଛନ୍ତି। ନିଜ କର୍ତ୍ତବ୍ୟମୟ ଜୀବନରେ ସେ କିପରି ଲୋକମାନଙ୍କର ସେବା କରିଛନ୍ତି ଆଉ ଚାକିରିରୁ ଅବସର ନେଇ ନିଜ ପ୍ରିୟ ଘରକୁ ଫେରିବା ପରେ ତାଙ୍କ ମନରେ ଅତୀତର ସ୍ମୃତି ଉଜାଗର ହୋଇଉଠିଛି। ଆଉ ତା’ପରେ କ’ଣ ହେଉଛି ତାହାକୁ ନେଇ କାହାଣୀ ଆଗକୁ ଗତି କରିଛି। ହଁ, ଏଭଳି ଏକ ଭିନ୍ନ ଧରଣର କଥାବସ୍ତୁକୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ଆଶ୍ରମ’। ଚିତ୍ରଟିର ପ୍ରଯୋଜନା କରିଛନ୍ତି ତପନ ଦାସ ଏବଂ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଓଲିଉଡ୍ର ବରିଷ୍ଠ ତଥା ଆଗଧାଡିର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ। ଚିତ୍ରନାଟ୍ୟ ସହ ସଂଳାପ ରଚନା କରିଛନ୍ତି ଦିଲୀପ ଚୌଧୁରୀ। ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମଦାର । କଣ୍ଠଦାନ କରିଛନ୍ତି ଅସିତ ତ୍ରିପାଠୀ, ବିଶ୍ୱଜିତ ମହାପାତ୍ର, ରୂପକ ପରିଡା ଓ ସୋହିନୀ ମିଶ୍ର। ଏହାର ବିଭିନ୍ନ ଭୂମିକାରେ ମହାଶ୍ୱେତା ରାୟ, ଅଭିଷେକ ଗିରି, ସୂର୍ଯ୍ୟମୟୀ ମହାପାତ୍ର, ଶତୋ ଆଚାର୍ଯ୍ୟ, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର ଓ ତୁଷାର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଫିଲ୍ମଟିର କ୍ରିଏଟିଭ ଉପଦେଷ୍ଟା ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର।
The post ଆଗକୁ ଆସୁଛି ନୂଆ ସିନେମା ‘ଆଶ୍ରମ’ appeared first on Dharitri Odia News.