ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବୋମା ଧମକ ପାଇଥିବା ବିମାନ ମଧ୍ୟରୁ ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସର ଏବଂ କିଛି ବିମାନ ଆକାସା ଏୟାରର ଅଟେ। ଆକାସା ଏହି ସଂଖ୍ୟା ପ୍ରକାଶ କରିନାହାଁନ୍ତି। ଇଣ୍ଡିଗୋ ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରି କହିଛି ଯେ ସେମାନେ ସମସ୍ତ […] The post ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା… appeared first on Dharitri Odia News.

ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ବୋମା ଧମକ ପାଇଥିବା ବିମାନ ମଧ୍ୟରୁ ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସର ଏବଂ କିଛି ବିମାନ ଆକାସା ଏୟାରର ଅଟେ। ଆକାସା ଏହି ସଂଖ୍ୟା ପ୍ରକାଶ କରିନାହାଁନ୍ତି। ଇଣ୍ଡିଗୋ ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରି କହିଛି ଯେ ସେମାନେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

ଇଣ୍ଡିଗୋ ଏୟାରଲାଇନ୍ସ କହିଛି ଯେ ଦିଲ୍ଲୀରୁ ଇସ୍ତାନବୁଲ ଅଭିମୁଖେ 6E ବିମାନରେ ବୋମା ଧମକ ଆସିଛି। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା। ଆମେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରୁଛୁ ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ। ମୁମ୍ବାଇ-ଇସ୍ତାନବୁଲ ମଧ୍ୟରେ ଚାଲୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ 6E17 ମଧ୍ୟ ଏକ ଧମକ ମିଳିଛି। ଏହା ବ୍ୟତୀତ ଯୋଧପୁରରୁ ଦିଲ୍ଲୀକୁ 6E 184 ବିମାନକୁ ମଧ୍ୟ ବୋମା ଧମକ ମିଳିଛି। ତେବେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛି। ସମସ୍ତ ଯାତ୍ରୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଛି ଏବଂ ସୁରକ୍ଷା ଏଜେନ୍ସି ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ ଚାଲିଛି।

The post ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା… appeared first on Dharitri Odia News.