ଫ୍ୟାନଙ୍କୁ ଆକ୍ରମଣ କଲେ ଆଦିତ୍ୟ, ଫୋନ ଛଡ଼ାଇ ଭିଡ଼କୁ ଫିଙ୍ଗିଥିବାର ଭିଡିଓ ହେଲା ଭାଇରାଲ

ସିଙ୍ଗର ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣଙ୍କୁ କିଏ ବା ନଜାଣେ । ତାଙ୍କ ଗୀତ ଏବଂ ମଜାଳିଆ କଥାବର୍ତ୍ତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଗୀତ ବି ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସେ । କିନ୍ତୁ ନିକଟରେ ହୋଇଥିବା ଏକ କନସର୍ଟରେ ଆଦିତ୍ୟ ଏଭଳି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ଆଦିତ୍ୟ ନାରାୟଣଙ୍କ ଏହି […] The post ଫ୍ୟାନଙ୍କୁ ଆକ୍ରମଣ କଲେ ଆଦିତ୍ୟ, ଫୋନ ଛଡ଼ାଇ ଭିଡ଼କୁ ଫିଙ୍ଗିଥିବାର ଭିଡିଓ ହେଲା ଭାଇରାଲ appeared first on KNews Odisha.

ଫ୍ୟାନଙ୍କୁ ଆକ୍ରମଣ କଲେ ଆଦିତ୍ୟ, ଫୋନ ଛଡ଼ାଇ ଭିଡ଼କୁ ଫିଙ୍ଗିଥିବାର ଭିଡିଓ ହେଲା ଭାଇରାଲ

ସିଙ୍ଗର ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣଙ୍କୁ କିଏ ବା ନଜାଣେ । ତାଙ୍କ ଗୀତ ଏବଂ ମଜାଳିଆ କଥାବର୍ତ୍ତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଗୀତ ବି ଫ୍ୟାନ୍ସଙ୍କୁ ବେଶ ପସନ୍ଦ ଆସେ । କିନ୍ତୁ ନିକଟରେ ହୋଇଥିବା ଏକ କନସର୍ଟରେ ଆଦିତ୍ୟ ଏଭଳି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ଆଦିତ୍ୟ ନାରାୟଣଙ୍କ ଏହି ଭିଡିଓ ଏକ କନସର୍ଟରୁ ଆସିଛି, ଯେଉଁଥିରେ ସେ ଜଣେ ଫ୍ୟାନଙ୍କୁ ଦୁର୍ବବ୍ୟହାର କରିଛନ୍ତି । ଏହା ସହ ତାଙ୍କ ଫୋନ୍ କୁ ଭିଡ଼ ଭିତରେ ଫୋପାଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ପରେ ଆଦିତ୍ୟ ନାରାୟଣ ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି । ଏହି ଓ୍ଵିକେଣ୍ଡରେ ଆଦିତ୍ୟ ଛତିଶଗଡର ଭିଲାଇର ଏକ କଲେଜ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ସମୟରେ ଆଦିତ୍ୟ ନାରାୟଣ ଜଣେ ଫ୍ୟାନଙ୍କ ଉପରେ ହଠାତ୍‌ ରାଗିଯାଇଥିଲେ । ରାଗ ଏତେ ବଢ଼ିଯାଇଥିଲା ଯେ ସେ ଫ୍ୟାନଙ୍କ ସହ ଦୁର୍ବବ୍ୟହାର କରିଥିଲେ।

ମ୍ୟୁଜିକ୍ ଇଭେଣ୍ଟ୍ କୁ ହୋଷ୍ଟ କରୁଥିବାବେଳେ ସିଙ୍ଗର ଆଦିତ୍ୟ ପ୍ରଥମେ ମାଇକ୍ ରେ ଫ୍ୟାନଙ୍କ ହାତକୁ ବାଡ଼େଇଥିଲେ, ପରେ ତାଙ୍କ ଫୋନ୍ ଛଡ଼ାଇ ଭିଡ଼ ଭିତରକୁ ଫିଙ୍ଗି ଦେଇଥିଲେ । ଯେଉଁ ଯୁବକ ଉପରେ ଆଦିତ୍ୟ ରାଗି ଯାଇଥିଲେ, ସେ ମ୍ୟୁଜିକ୍‌ କନସର୍ଟ ସମୟରେ ଆଦିତ୍ୟ ନାରାୟଣଙ୍କ ଏକ ଭିଡିଓ କରୁଥିଲେ । କିନ୍ତୁ ଆଦିତ୍ୟ ଏହାକୁ ପସନ୍ଦ କରିନଥିଲେ ଏବଂ ତାଙ୍କ ଫ୍ୟାନଙ୍କୁ ଆକ୍ରମଣ କରିଥିଲେ। ଆଦିତ୍ୟଙ୍କ ଏଭଳି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜରମାନେ ବିରକ୍ତ ପ୍ରକାଶ କରିଛନ୍ତି ।

ଅନଲାଇନରେ ଭାଇରାଲ ହୋଇଥିବା ଭିଡିଓରେ ଆଦିତ୍ୟ ନାରାୟଣ କନସର୍ଟ ସମୟରେ ଶାହରୁଖ ଖାନଙ୍କ ଫିଲ୍ମ ଡନରୁ ‘ଆଜ କି ରାତ’ ଗୀତ ଗାଉଥିଲେ । ଏହି ସମୟରେ ସେ ଜଣେ ଫ୍ୟାନଙ୍କ ଉପରେ ରାଗି ଯାଇଥିଲେ। ତେବେ ଭାଇରାଲ ଭିଡିଓକୁ ଦେଖିଲେ ଆଦିତ୍ୟଙ୍କ ରାଗିବାର କାରଣ ସ୍ପଷ୍ଟ ହୋଇନାହିଁ । ସେ କନସର୍ଟରେ ଗୀତ ଗାଉଥିବା ସମୟରେ ଫ୍ୟାନଙ୍କ ପାଖକୁ ଆସିଥିଲେ ଏବଂ ହଠାତ ତାଙ୍କ ହାତକୁ ମାଇକରେ ବାଡ଼େଇଥିଲେ ଏବଂ ଫୋନ୍ ଛଡ଼ାଇ ନେଇ ଭିଡ଼ ଭିତରକୁ ଫିଙ୍ଗିଥିଲେ । ଭିଡିଓରେ ଦେଖାଯାଇଛି ଯେ କନସର୍ଟରେ ଉପସ୍ଥିତ ଥିବା ଅନ୍ୟ ଫ୍ୟାନ୍ସମାନେ ଆଦିତ୍ୟଙ୍କ ଏଭଳି କାମ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୋସିଆଲ ମିଡିଆ ୟୁଜରମାନେ ମଧ୍ୟ ତାଙ୍କ ଉପରେ ରାଗିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଭିଡିଓରେ ରିଆକ୍ସନ ଦେବା ସହ ଜଣେ ୟୁଜର ଲେଖିଛନ୍ତି- ଆଦିତ୍ୟ ନାରାୟଣଙ୍କର କଣ ଅସୁବିଧା ହେଲା ? ନିଜ ଫ୍ୟାନଙ୍କ ପାଇଁ ଏହା ଅସମ୍ମାନର ବିଷୟ । ଆଉ ଜଣେ ଫ୍ୟାନ୍‌ ଲେଖିଛନ୍ତି – ତାଙ୍କର ଏହି ବ୍ୟବହାର ନିନ୍ଦନୀୟ । ତେବେ ଆଦିତ୍ୟ ନାରାୟଣଙ୍କର ଏଭଳି ଘଟଣା ପ୍ରଥମ ନୁହେଁ ସେ ଅନେକଥର ଏଭଳି ବିବାଦର ଶିକାର ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ତାଙ୍କ ରାଗିବା କାରଣରୁ ଅନେକ ଥର ସେ ଟ୍ରୋଲର ଶିକାର ହୋଇଛନ୍ତି ।

The post ଫ୍ୟାନଙ୍କୁ ଆକ୍ରମଣ କଲେ ଆଦିତ୍ୟ, ଫୋନ ଛଡ଼ାଇ ଭିଡ଼କୁ ଫିଙ୍ଗିଥିବାର ଭିଡିଓ ହେଲା ଭାଇରାଲ appeared first on KNews Odisha.