ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର
ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ ପିଜି ଛାତ୍ରୀଛାତ୍ରୀ ଯୋଗଦେଇଥିଲେ। ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନୀଳାଞ୍ଚଳ ଦକ୍ଷତାର ଗୁରୁତ୍ୱ ଏବଂ ଏନଇପି ୨୦୨୦ ଦ୍ବାରା ଏହାକୁ ପାଠ୍ୟକ୍ରମରେ କିପରି ସାମିଲ କରାଯାଇଛି ସେ ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ୟୁନିଟେକ ଇଞ୍ଜିନିୟର୍ସର ନିର୍ଦ୍ଦେଶକ ହର୍ଷ ଆର୍ଯ୍ୟ ଏବଂ ୟୁନିଟେକ ଇଞ୍ଜିନିୟର୍ସର ବୈଷୟିକ […] The post ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର appeared first on Dharitri Odia News.
ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ ପିଜି ଛାତ୍ରୀଛାତ୍ରୀ ଯୋଗଦେଇଥିଲେ। ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ନୀଳାଞ୍ଚଳ ଦକ୍ଷତାର ଗୁରୁତ୍ୱ ଏବଂ ଏନଇପି ୨୦୨୦ ଦ୍ବାରା ଏହାକୁ ପାଠ୍ୟକ୍ରମରେ କିପରି ସାମିଲ କରାଯାଇଛି ସେ ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ୟୁନିଟେକ ଇଞ୍ଜିନିୟର୍ସର ନିର୍ଦ୍ଦେଶକ ହର୍ଷ ଆର୍ଯ୍ୟ ଏବଂ ୟୁନିଟେକ ଇଞ୍ଜିନିୟର୍ସର ବୈଷୟିକ ନିର୍ଦ୍ଦେଶକ ଆଞ୍ଚଲ ଆର୍ଯ୍ୟ ରିସୋର୍ସ ପର୍ସନ ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ବିଭାଗ ସହକାରୀ ପ୍ରଫେସର ଡକ୍ଟର ମନୋରଞ୍ଜନ ମିଶ୍ର, ରସାୟନ ବିଭାଗ ସହକାରୀ ପ୍ରଫେସର ରାକେଶ ରଞ୍ଜନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
The post ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର appeared first on Dharitri Odia News.