ନିମ୍ନମାନର କାମ: ଧୋଇଗଲା ପୋଲ, ସ୍କୁଲ ଛାତ ଟିଣ ଉଡ଼ିଗଲା

ଥୁଆମୂଳ ରାମପୁର,୩୦ା୭ (ଦୁର୍ଗା କୀର୍ତ୍ତି):ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିକାଶ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ନିର୍ମାଣକରି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ନିମ୍ନମାନର କାମ ଯୋଗୁ ତାହା ଅତି କମ୍‌ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି। ଏପରି ଘଟଣା ଥୁଆମୂଳ ରାମପୁର ବ୍ଲକ୍‌ର ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ବଳଙ୍ଗି ଓ ତେନ୍ତୁଳିପଡ଼ାରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଲ ନିର୍ମାଣର ୧୫ ଦିନ ମଧ୍ୟରେ ଭୁଶୁଡ଼ିପଡିଥିବାବେଳେ ବିଦ୍ୟାଳୟ ଛାତର ଟିଣ ଉଡ଼ିଯାଇଛି। […] The post ନିମ୍ନମାନର କାମ: ଧୋଇଗଲା ପୋଲ, ସ୍କୁଲ ଛାତ ଟିଣ ଉଡ଼ିଗଲା appeared first on Dharitri Odia News.

ନିମ୍ନମାନର କାମ: ଧୋଇଗଲା ପୋଲ, ସ୍କୁଲ ଛାତ ଟିଣ ଉଡ଼ିଗଲା

ଥୁଆମୂଳ ରାମପୁର,୩୦ା୭ (ଦୁର୍ଗା କୀର୍ତ୍ତି):ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିକାଶ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ନିର୍ମାଣକରି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ନିମ୍ନମାନର କାମ ଯୋଗୁ ତାହା ଅତି କମ୍‌ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି। ଏପରି ଘଟଣା ଥୁଆମୂଳ ରାମପୁର ବ୍ଲକ୍‌ର ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ବଳଙ୍ଗି ଓ ତେନ୍ତୁଳିପଡ଼ାରେ ଦେଖିବାକୁ ମିଳିଛି। ଏଠାରେ ଏକ ପୋଲ ନିର୍ମାଣର ୧୫ ଦିନ ମଧ୍ୟରେ ଭୁଶୁଡ଼ିପଡିଥିବାବେଳେ ବିଦ୍ୟାଳୟ ଛାତର ଟିଣ ଉଡ଼ିଯାଇଛି।
ବିରିକୋଟ ପଞ୍ଚାୟତର ବଳଙ୍ଗି ଓ ତେନ୍ତୁଳିପଦର ଗାଁ ମଝିରେ ଥିବା ନାଳ ଯୋଗୁ ବର୍ଷାଦିନରେ ପାଣି ଭର୍ତ୍ତିହୋଇ ଦୁଇଟି ଗାଁ ବିଚ୍ଛିନ୍ନ ହୋଇ ରହୁଥିଲା। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ ହୋଇଥିଲା। ହେଲେ ଲୋକେ ପୋଲ ଉପରେ ଚାଲିବା ପୂର୍ବରୁ ଏହା ଧୋଇହୋଇଯାଇଛି। ସେହିପରି ଏହି ଗାଁରେ ନୂତନ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ନିମ୍ନମାନର କାମ ଯୋଗୁ ହସ୍ତାନ୍ତର ପୂର୍ବରୁ କୋଠାର ଟିଣଛାତ ଉଡ଼ିଯାଇଛି। ଉକ୍ତ ସ୍ଥାନରେ ସୂଚନା ଫଳକ ଭାଙ୍ଗି ଦିଆଯାଇଥିବାରୁ ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ। ଦୁର୍ନୀତିକୁ ଚପାଇବା ପାଇଁ ଏଭଳି କରାଯାଇଥିବାବେଳେ ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମର ଅଭିମନ୍ୟୁ ନାଏକ, ପଦ୍ମନାଭ ନାଏକ, ଦାନାରୀ ନାଏକ, କରନାଥ ନାଏକ, ଚୈତନ୍ୟ ନାଏକ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ବିଦ୍ୟାଳୟ କୋଠା କେତେ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ତାହା ବୁଝିକି କହିବେ ବୋଲି କହିବା ସହ ପୋଲ ବିଷୟରେ ପଚାରିବାରୁ ଯଦି ନିମ୍ନମାନର କାମ ହୋଇଛି ତା’ହେଲେ ଏହାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

The post ନିମ୍ନମାନର କାମ: ଧୋଇଗଲା ପୋଲ, ସ୍କୁଲ ଛାତ ଟିଣ ଉଡ଼ିଗଲା appeared first on Dharitri Odia News.