ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାମ୍ପିଅନ

ବାର୍ବାଡସ: ଦକ୍ଷିଣ ଆଫ୍ରିକାକୁ ୭ରନରେ ହରାଇ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ଓ୍ବିକେଟ ବିନିମୟରେ ୧୭୬ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା। ମ୍ୟାଚରେ ଅର୍ଧଶତକୀୟ ପାଳି ଖେଳିଥିବା ବିରାଟ କୋହଲି ଫାଇନାଲର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପାଇଥିଲେ। ଟସ୍ ଜିତି ରୋହିତ ଶର୍ମା ବ୍ୟାଟିଂ କରିଥିଲେ। କିନ୍ତୁ ଦ୍ବିତୀୟ ଓଭରରେ ରୋହିତ (୯) ଓ ଋଷଭ […]

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାମ୍ପିଅନ

ବାର୍ବାଡସ: ଦକ୍ଷିଣ ଆଫ୍ରିକାକୁ ୭ରନରେ ହରାଇ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ଓ୍ବିକେଟ ବିନିମୟରେ ୧୭୬ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା। ମ୍ୟାଚରେ ଅର୍ଧଶତକୀୟ ପାଳି ଖେଳିଥିବା ବିରାଟ କୋହଲି ଫାଇନାଲର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପାଇଥିଲେ।
ଟସ୍ ଜିତି ରୋହିତ ଶର୍ମା ବ୍ୟାଟିଂ କରିଥିଲେ। କିନ୍ତୁ ଦ୍ବିତୀୟ ଓଭରରେ ରୋହିତ (୯) ଓ ଋଷଭ ପନ୍ତ (୦) ଆଉଟ୍ ହେବାରୁ ଭାରତ ଚାପରେ ଖେଳିଥିବା। ସୂର୍ଯ୍ୟ କୁମାର ଯାଦବ (୩) ମଧ୍ୟ ପାଓ୍ବାରପ୍ଲେ ଭିତରେ ଆଉଟ୍ ହୋଇଯାଇଥିଲେ। କୋହଲି ଙ୍କ ସହ ଅକ୍ଷର ପଟେଲ (୪୭) ଚତୁର୍ଥ ଓ୍ବିକେଟରେ ୭୨ ରନ ଭାଗୀଦାରି ଗଢି ଦଳକୁ ଶତକ ଅତିକ୍ରମ କରାଇଥିଲେ। ଶିବମ ଦୁବେ ( ୨୭) ମଧ୍ୟ କିଛି ଉପଯୋଗୀ ବ୍ୟାଟିଂ କରିଥିଲେ। କୋହଲି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୭୬ ରନରେ ଆଉଟ୍ ହୋଇଥିଲେ। ପ୍ରତିପକ୍ଷର ଆନରିକ ନର୍ଖିଆ ଓ କେଶବ ମହାରାଜ ୨ ଓ୍ବିକେଟ ଲେଖାଏଁ ନେଇଥିଲେ।
ବିଜୟ ଲକ୍ଷ୍ୟକୁ ପିଛା କରୁଥିଲାବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ପାଓ୍ବାରପ୍ଲେ ଭିତରେ ରିଜା ହେଣ୍ଡ୍ରିକ୍ସ (୪) ଓ ଐଦେନ ମାରକ୍ରମଙ୍କୁ (୪) ହରାଇଥିଲା। କ୍ଲିଣ୍ଟନ ଡିକକ୍ (୩୯) ଙ୍କ ସହ ତ୍ରିଷ୍ଟନ ଷ୍ଟବ୍ସ (୩୧) ଓ ହେନରିକ କ୍ଲାସେନ (୫୨) ଦଳକୁ ବିଜୟ ନିକଟତର କରାଇଥିଲେ। କିନ୍ତୁ ଯଶପ୍ରୀତ ବୁମରା (୨/୧୮), ଅର୍ଶଦୀପ ସିଂହ (୨/୨୦) ଓ ହାର୍ଦିକ ପାଣ୍ଡ୍ୟା (୩/୨୦) ଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଲକ୍ଷ ସ୍ଥଳରେ ପହଞ୍ଚି ପାରି ନଥିଲା। ବୁମରା ବିଶ୍ବକପର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପାଇଥିଲେ।