ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍ ଗଲେ ସ୍ବାମୀ
ଦିଗପହଣ୍ଡି,୩୦ା୧୦:(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଓ୍ବାର୍ଡ ନଂ.୨ ଅଧୀନ ମେଦିରି ସାହିରେ ରହୁଥିବା ଶଙ୍କର ନାୟକଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍ ନଂ ୪୨୧/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରାୟ ୫ ମାସ ତଳେ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା କୁଲାଙ୍ଗି ଗ୍ରାମର ଦେବ ନାୟକଙ୍କ କନ୍ୟା ରଚନା ଦିଗପହଣ୍ଡି ମେଦିରିି ସାହିର ରଘୁ ନାୟକଙ୍କ […] The post ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍ ଗଲେ ସ୍ବାମୀ appeared first on Dharitri Odia News.
ଦିଗପହଣ୍ଡି,୩୦ା୧୦:(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଓ୍ବାର୍ଡ ନଂ.୨ ଅଧୀନ ମେଦିରି ସାହିରେ ରହୁଥିବା ଶଙ୍କର ନାୟକଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। କେସ୍ ନଂ ୪୨୧/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି।
ପ୍ରାୟ ୫ ମାସ ତଳେ ଗଞ୍ଜାମ ଜିଲା ଗାଙ୍ଗପୁର ଥାନା କୁଲାଙ୍ଗି ଗ୍ରାମର ଦେବ ନାୟକଙ୍କ କନ୍ୟା ରଚନା ଦିଗପହଣ୍ଡି ମେଦିରିି ସାହିର ରଘୁ ନାୟକଙ୍କ ପୁଅ ଶଙ୍କରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। କିଛିଦିନ ଖୁସିରେ କଟିବା ପରେ ଶଙ୍କର ସଦା ସର୍ବଦା ଅଧିକ ଯୌତୁକ ପାଇଁ ତାଙ୍କୁ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ତାଙ୍କ ଚରିତ୍ରରେ ସନ୍ଦେହ କରି ଗତ ଜୁଲାଇ ୩୧ଅପରାହ୍ନରେ ତାଙ୍କ ସ୍ତ୍ରୀ ରଚନାଙ୍କୁ ସେ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ନେଇ ଗତ ରବିବାର ରଚନା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଶଙ୍କରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୋଫିଆ ମିଶ୍ର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
The post ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ଜେଲ୍ ଗଲେ ସ୍ବାମୀ appeared first on Dharitri Odia News.