ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟ ସିବିଏସ୍‌ସି ପରୀକ୍ଷାଫଳ: ରାଧାରାଣୀ ୧୦ମ, ଶ୍ରଦ୍ଧାଞ୍ଜଳି ଦ୍ବାଦଶ ଟପ୍ପର

ଦିଗପହଣ୍ଡି,୧୪।୫ (ଅଶେଷ ନାଥ ମିଶ୍ର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୧୦ମ ଏବଂ ଦ୍ୱାଦଶ ସିବିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୭୫ ଜଣ ଛାତ୍ରୀଛାତ୍ର ୧୦ମ ଶ୍ରେଣୀ ଏବଂ ୫୪ ଜଣ ଛାତ୍ରୀଛାତ୍ର ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିଲେ।୧୦ମ ଶ୍ରେଣୀର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ୯୪.୪୪ ପ୍ରତିଶତ ହୋଇଅଛି। ତନ୍ମଧ୍ୟରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀ […] The post ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟ ସିବିଏସ୍‌ସି ପରୀକ୍ଷାଫଳ: ରାଧାରାଣୀ ୧୦ମ, ଶ୍ରଦ୍ଧାଞ୍ଜଳି ଦ୍ବାଦଶ ଟପ୍ପର appeared first on Dharitri Odia News.

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟ ସିବିଏସ୍‌ସି ପରୀକ୍ଷାଫଳ: ରାଧାରାଣୀ ୧୦ମ, ଶ୍ରଦ୍ଧାଞ୍ଜଳି ଦ୍ବାଦଶ ଟପ୍ପର

ଦିଗପହଣ୍ଡି,୧୪।୫ (ଅଶେଷ ନାଥ ମିଶ୍ର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୧୦ମ ଏବଂ ଦ୍ୱାଦଶ ସିବିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୭୫ ଜଣ ଛାତ୍ରୀଛାତ୍ର ୧୦ମ ଶ୍ରେଣୀ ଏବଂ ୫୪ ଜଣ ଛାତ୍ରୀଛାତ୍ର ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିଲେ।୧୦ମ ଶ୍ରେଣୀର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ୯୪.୪୪ ପ୍ରତିଶତ ହୋଇଅଛି। ତନ୍ମଧ୍ୟରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଏସ୍‌. ଶ୍ରଦ୍ଧାଞ୍ଜଳି ସର୍ବାଧିକ ୮୭. ୪ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ୧୦ମ ଶ୍ରେଣୀର ଛାତ୍ରୀ ରାଧାରାଣୀ ପାତ୍ର ୯୭.୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ୧୦ ମ ଶ୍ରେଣୀର ୪ ଜଣ ଛାତ୍ରୀ ’ଓଡ଼ିଆ ସାହିତ୍ୟ’ ବିଷୟରେ ୧୦୦ରୁ ୧୦୦ ନମ୍ବର ରଖିଥିବା ବେଳେ ୭ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ପଲାଇ ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

The post ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟ ସିବିଏସ୍‌ସି ପରୀକ୍ଷାଫଳ: ରାଧାରାଣୀ ୧୦ମ, ଶ୍ରଦ୍ଧାଞ୍ଜଳି ଦ୍ବାଦଶ ଟପ୍ପର appeared first on Dharitri Odia News.