ଅଷ୍ଟ୍ରେଲିଆସ୍ଥିତ ଭାରତୀୟ ଦୂତାବାସରେ ପୁଣି ଭଙ୍ଗାରୁଜା, CCtv ଫୁଟେଜ ଖୋଜୁଛି ପୋଲିସ
ମେଲବର୍ଣ୍ଣ ୧୧।୪: ଅଷ୍ଟ୍ରେଲିଆରେ ପୁଣି ଥରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍ କରାଯାଇଛି। ମେଲବର୍ଣ୍ଣସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ଭଙ୍ଗାରୁଜା କରାଯାଇଛି। ଏହି ଭଙ୍ଗାରୁଜାର ସୂଚନା କୂଟନୈତିକ ପରିସରର ମୁଖ୍ୟ ପ୍ରବେଶ ମାର୍ଗରୁ ଜଣାପଡି ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିକ୍ଟୋରିଆ ପୋଲିସ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ପୁଷ୍ଟି କରିଛି। ତେବେ ଏହି ମାମଲାର ଗହନ ଅନୁସନ୍ଧାନ ସହ ଉପଦ୍ରବୀଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ ଆଶ୍ୱାସନା ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିକ୍ଟୋରିଆ ପୋଲିସ କହିଛି ଯେ ୧୦ ଏପ୍ରିଲ ରାତି ପ୍ରାୟ ଗୋଟାଏ ବେଳେ ୩୪୪, ସେଣ୍ଟ କିଲ୍ଡା ରୋଡରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଭଙ୍ଗାରୁଜା କରାଯାଇଛି। ଏହାର ଛବି କୁଟନୈତିକ ପରିସରର ମୁଖ୍ୟ ପ୍ରବେଶ ମାର୍ଗରୁ ମିଳିଯାଉଛି। ଏପରି ଘଟଣା ଦୂତାବାସର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏଣୁ ଏହା ପଛରେ ଥିବା ଉଦ୍ଦେଶ୍ୟ ଓ ସଙ୍ଗଠନକୁ ଚିହ୍ନଟ କରିବା ପାଇଁ ତଦନ୍ତ କରାଯିବା ଉଚିତ ବୋଲି କୁହାଯାଇଛି। The incident of defacing at the premises of the Consulate General of India in Melbourne by miscreants has been raised with Australian authorities. All necessary steps are being taken to ensure safety and security of Indian diplomatic and consular premises and pers
ମେଲବର୍ଣ୍ଣ ୧୧।୪: ଅଷ୍ଟ୍ରେଲିଆରେ ପୁଣି ଥରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍ କରାଯାଇଛି। ମେଲବର୍ଣ୍ଣସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ଭଙ୍ଗାରୁଜା କରାଯାଇଛି। ଏହି ଭଙ୍ଗାରୁଜାର ସୂଚନା କୂଟନୈତିକ ପରିସରର ମୁଖ୍ୟ ପ୍ରବେଶ ମାର୍ଗରୁ ଜଣାପଡି ଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିକ୍ଟୋରିଆ ପୋଲିସ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ପୁଷ୍ଟି କରିଛି। ତେବେ ଏହି ମାମଲାର ଗହନ ଅନୁସନ୍ଧାନ ସହ ଉପଦ୍ରବୀଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ପୋଲିସ ଆଶ୍ୱାସନା ଦେଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିକ୍ଟୋରିଆ ପୋଲିସ କହିଛି ଯେ ୧୦ ଏପ୍ରିଲ ରାତି ପ୍ରାୟ ଗୋଟାଏ ବେଳେ ୩୪୪, ସେଣ୍ଟ କିଲ୍ଡା ରୋଡରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଭଙ୍ଗାରୁଜା କରାଯାଇଛି। ଏହାର ଛବି କୁଟନୈତିକ ପରିସରର ମୁଖ୍ୟ ପ୍ରବେଶ ମାର୍ଗରୁ ମିଳିଯାଉଛି। ଏପରି ଘଟଣା ଦୂତାବାସର ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏଣୁ ଏହା ପଛରେ ଥିବା ଉଦ୍ଦେଶ୍ୟ ଓ ସଙ୍ଗଠନକୁ ଚିହ୍ନଟ କରିବା ପାଇଁ ତଦନ୍ତ କରାଯିବା ଉଚିତ ବୋଲି କୁହାଯାଇଛି।
The incident of defacing at the premises of the Consulate General of India in Melbourne by miscreants has been raised with Australian authorities. All necessary steps are being taken to ensure safety and security of Indian diplomatic and consular premises and personnel in the…— India in Australia (@HCICanberra) April 11, 2025
ମେଲବର୍ଣ୍ଣସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସରେ ହୋଇଥିବା ଭଙ୍ଗାରୁଜା ନେଇ ଭାରତ ସରକାରଙ୍କ ଅଧିକାରୀ ଅଷ୍ଟ୍ରେଲିଆ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି। ଭାରତୀୟ ଅଧିକାରୀ କହିଛନ୍ତି ଯେ ଭାରତୀୟ କୁଟନୈତିକ ଓ ବାଣିଜ୍ୟ ଦୂତାବାସ ପରିସର ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତେବେ ଅଷ୍ଟ୍ରେଲିଆରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଘଟିସାରିଛି। ଅନ୍ତର୍ଜାତୀୟ ଆଇନ ଅନୁସାରେ ଦୂତାବାସ ପରିସରର ସୁରକ୍ଷା ସମ୍ପୃକ୍ତ ଦେଶର ଦାୟିତ୍ୱ।
ବ୍ରିସବେନର ଟାରିଂ ଉପନଗରରେ ଥିବା ଭାରତୀୟ ଦୂତାବାସ ଉପରେ ୨୧ ଫେବୃଆରୀ ୨୦୨୩ରେ ଖାଲିସ୍ତାନ ସମର୍ଥକ ଆକ୍ରମଣ କରିଥିଲେ। ଏହାର ପରଦିନ କ୍ୱିଇନସଲ୍ୟାଣ୍ଡରେ ଭାରତର ବାଣିଜ୍ୟ ଦୂତାବାସରେ ଖାଲିସ୍ତାନୀ ପତାକା ଲଗାଯାଇଥିଲା। ତେବେ କ୍ୱିନସ୍ ଲ୍ୟାଣ୍ଡ ପୋଲିସ ମାମଲାରେ ତତ୍ପରତା ଦେଖାଇ ପତାକାକୁ ଜବତ କରିନେଇଥିଲା ଓ ସେଠାରେ ପୁଣି ଜାତୀୟ ପତାକା ଲଗାଯାଇଥିଲା।