ଯୁବକଙ୍କ ଟାଙ୍ଗିଆ ଚୋଟରେ ୨ ଆହତ, ଭାଙ୍ଗିଲା ପୋଲିସ ଗାଡି ଓ ୧୦୮ ଆମ୍ବୁଲାନ୍ସ

ଚାନ୍ଦବାଲି ୨୧।୩: ମାମୁଁ ଘରକୁ ବୁଲି ଆସିଥିବା ଭଣଜା ମାମୁଁ ଘର ଗାଁରେ ଘଟାଇଲେ ଉନ୍ମତକାଣ୍ଡ । ସନ୍ଧ୍ୟା ସମୟରୁ ରାତି ୧୦ଟା ୩୦ମିନିଟ୍ ପାଖାପାଖି ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ହାତରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା । ଯୁବକଙ୍କ ଟାଙ୍ଗିଆ ଚୋଟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବାକୁ ଯାଇଥିବା ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ଟାଙ୍ଗିଆରେ ଦୁଇ ଚୋଟ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଟାଙ୍ଗିଆରେ ବାଡେଇ ଭାଙ୍ଗି ପକାଇଥିବା ଦେଖିବାକୁ ମିଳିଛି । ଶେଷରେ ବହୁ କଷ୍ଟରେ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଥାନାକୁ ଆଣିଥିଲା । ଉକ୍ତ ଯୁବକ ଜଣେ ଦିବ୍ୟାଙ୍ଗ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ନିଜ ମାମୁଁ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁ ଆସିଥିଲା । ହେଲେ ବୁଧବାର ସନ୍ଧ୍ୟା ସମୟରେ ଉକ୍ତ ଯୁବକ ହାତରେ ଟାଙ୍ଗିଆ ଧରି ରଚିଥିଲା ଉନ୍ମତକାଣ୍ଡ । ଯାହାକୁ ଦେଖି ଭୟଭୀତ ହୋଇପଡିଥିଲେ ଗାଁ ଲୋକେ । ଲୋକଙ୍କ କହିବା କଥା ଉକ୍ତ ଯୁବକ ଜଣକ ହାତରେ ଟାଙ୍ଗିଆ ଧରି ଯାହାକୁ ପାରିଲା ତାକୁ ଆକ୍ରମଣ କରିଥିଲା । ଗାଁର କିଛି ଯୁବକ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ ହେଲେ କାବୁ କରିବାକୁ ଯାଇଥିବା ଲୋକଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଯୁବକ । ଟାଙ୍ଗ

ଯୁବକଙ୍କ ଟାଙ୍ଗିଆ ଚୋଟରେ ୨ ଆହତ, ଭାଙ୍ଗିଲା ପୋଲିସ ଗାଡି ଓ ୧୦୮ ଆମ୍ବୁଲାନ୍ସ

ଚାନ୍ଦବାଲି ୩: ମାମୁଁ ଘରକୁ ବୁଲି ଆସିଥିବା ଭଣଜା ମାମୁଁ ଘର ଗାଁରେ ଘଟାଇଲେ ଉନ୍ମତକାଣ୍ଡ । ସନ୍ଧ୍ୟା ସମୟରୁ ରାତି ୧୦ଟା ୩୦ମିନିଟ୍ ପାଖାପାଖି ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ହାତରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ଗୋଡାଇଲା । ଯୁବକଙ୍କ ଟାଙ୍ଗିଆ ଚୋଟରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବାକୁ ଯାଇଥିବା ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ଟାଙ୍ଗିଆରେ ଦୁଇ ଚୋଟ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଟାଙ୍ଗିଆରେ ବାଡେଇ ଭାଙ୍ଗି ପକାଇଥିବା ଦେଖିବାକୁ ମିଳିଛି । ଶେଷରେ ବହୁ କଷ୍ଟରେ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଥାନାକୁ ଆଣିଥିଲା । ଉକ୍ତ ଯୁବକ ଜଣେ ଦିବ୍ୟାଙ୍ଗ ବୋଲି କୁହାଯାଉଛି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜଣେ ଯୁବକ ନିଜ ମାମୁଁ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁ ଆସିଥିଲା । ହେଲେ ବୁଧବାର ସନ୍ଧ୍ୟା ସମୟରେ ଉକ୍ତ ଯୁବକ ହାତରେ ଟାଙ୍ଗିଆ ଧରି ରଚିଥିଲା ଉନ୍ମତକାଣ୍ଡ । ଯାହାକୁ ଦେଖି ଭୟଭୀତ ହୋଇପଡିଥିଲେ ଗାଁ ଲୋକେ । ଲୋକଙ୍କ କହିବା କଥା ଉକ୍ତ ଯୁବକ ଜଣକ ହାତରେ ଟାଙ୍ଗିଆ ଧରି ଯାହାକୁ ପାରିଲା ତାକୁ ଆକ୍ରମଣ କରିଥିଲା । ଗାଁର କିଛି ଯୁବକ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ ହେଲେ କାବୁ କରିବାକୁ ଯାଇଥିବା ଲୋକଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଯୁବକ । ଟାଙ୍ଗିଆ ଆକ୍ରମଣ ଦୁଇ ଜଣ ଯୁବକ ଆହତ ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିସ୍ଥିତ ହୋଇ ଘରକୁ ଫେରିଛନ୍ତି । ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ଓ ମତୋ ଫାଣ୍ଡି ଅଧିକାରୀ ପହଞ୍ଚି ଉକ୍ତ ଯୁବକକୁ କାବୁ କରିବାକୁ ଚେଷ୍ଟା କରିଥିଲେ ବି ପୋଲିସକୁ ହେବାକୁ ପଡିଥିଲା ନାକେଦମ । ଏମିତିକି ପୋଲିସର ୧୧୨ ଗାଡି ଟାଙ୍ଗିଆରେ ଦୁଇ ଚୋଟା ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର କାଚକୁ ମଧ୍ୟ ଟାଙ୍ଗିଆରେ ପିଟି ଭାଙ୍ଗି ପକାଇଥିଲା । ଶେଷରେ ପୋଲିସ ବହୁ କଷ୍ଟରେ ଉକ୍ତ ଯୁବକକୁ କାବୁ କରି ପ୍ରଥମେ ଚାନ୍ଦବାଲି ମେଡିକାଲ ଓ ପରେ ଥାନାକୁ ଆଣି ଅଟକ ରଖିଛି । ଯୁବକ ଜଣକ ଦିବ୍ୟାଙ୍ଗ ବୋଲି ପୋଲିସ କହୁଛି ।

You Can Read:

ବନବିଭାଗର ରାତିଅଧିଆ କୁମ୍ବିଂ ଅପରେସନ, ୬ ଶିକାରୀ ଗିରଫ