ଅଟୋରେ ଡ୍ରାଇଭର ବଜାଇଲେ ଅଶ୍ଳୀଳ ଗୀତ, ଥାନାରେ ପହଞ୍ଚିଲେ ମହିଳା ଯାତ୍ରୀ
ଲକ୍ଷ୍ନୌ ୧୮/୦୩ : ଅଟୋ ଡ୍ରାଇଭରଙ୍କୁ ଅଶ୍ଳୀଳ ଗୀତ ବଜାଇବା ପଡିଛି ମହଙ୍ଗା । ଖାଲି ସେତିକି ନୁହେଁ ମାମଲା ପହଞ୍ଚିଛି ଥାନାରେ । ଏମିତିକି ଗାଡି ବି ସିଜ୍ ହୋଇଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ନଜର ଆସିଛି ଏମିତି ଘଟଣା । ଆଉ ଅଭିଯୋଗ କରିଛନ୍ତି ସେହି ଅଟୋରେ ଯାଉଥିବା ଜଣେ ମହିଳା । ପୋଲିସ ଅଟୋ ଡ୍ରାଇଭରଙ୍କ ବିରୋଧରେ ମାମଲା ବି ରୁଜୁ କରିଛି । ସୂଚନାଥାଉକି, ଲକ୍ଷ୍ନୌର ଇଟାଞ୍ଜା ପୋଲିସ ଷ୍ଟେସନ ଅଧୀନରେ ଥିବା ମୋହନ ନିବାସୀ ଅଟୋ ଡ୍ରାଇଭର ଉମେଶ ଯାଦବ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ସେହି ସମୟରେ ଅଟୋରେ ବସି ଯାଉଥିଲେ ଜଣେ ମହିଳା । ତେବେ ଏହି ସମୟରେ ଅଟୋ ଡ୍ରାଇଭର ଅଶ୍ଳୀଳ ଗୀତ ବଜାଇବା ଆରମ୍ଭ କରିଥିଲେ । ଏହା ସେହି ମହିଳଆଙ୍କୁ ପସନ୍ଦ ଆସିନଥିଲା । ମହିଳା ଜଣଙ୍କ ଏହାକୁ ତୀବ୍ର ବିରୋଧ କରିଥିଲେ । ଗୀତ ବଜାଇବା ବନ୍ଦ କରିବା ବଦଳରେ ଅଟୋ ଡ୍ରାଇଭର ଜଣଙ୍କ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହା ପରେ ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଆରମ୍ଭ କରିଥିଲା ଇନଭେଷ୍ଟିଗେସନ । ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ଅଟୋ ଜବତ କରିଛି । ଯାହା ଜଣାପଡିଛି ଅଟୋ ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିଲେ । ପୋଲିସ କହିବା ମୁତାବକ ଅଭିଯୁକ୍ତ ଅଟୋ ଡ୍ରାଇଭର ମଦ୍ୟପାନ କରି ଅଶ୍ଳୀଳ ଗୀତ ବଜାଉଥିଲେ । ଯେତେବେଳେ ମହିଳା ଜଣକ ଏହାକୁ ବିରୋଧ
ଲକ୍ଷ୍ନୌ ୧୮/୦୩ : ଅଟୋ ଡ୍ରାଇଭରଙ୍କୁ ଅଶ୍ଳୀଳ ଗୀତ ବଜାଇବା ପଡିଛି ମହଙ୍ଗା । ଖାଲି ସେତିକି ନୁହେଁ ମାମଲା ପହଞ୍ଚିଛି ଥାନାରେ । ଏମିତିକି ଗାଡି ବି ସିଜ୍ ହୋଇଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ନଜର ଆସିଛି ଏମିତି ଘଟଣା । ଆଉ ଅଭିଯୋଗ କରିଛନ୍ତି ସେହି ଅଟୋରେ ଯାଉଥିବା ଜଣେ ମହିଳା । ପୋଲିସ ଅଟୋ ଡ୍ରାଇଭରଙ୍କ ବିରୋଧରେ ମାମଲା ବି ରୁଜୁ କରିଛି ।
ସୂଚନାଥାଉକି, ଲକ୍ଷ୍ନୌର ଇଟାଞ୍ଜା ପୋଲିସ ଷ୍ଟେସନ ଅଧୀନରେ ଥିବା ମୋହନ ନିବାସୀ ଅଟୋ ଡ୍ରାଇଭର ଉମେଶ ଯାଦବ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ସେହି ସମୟରେ ଅଟୋରେ ବସି ଯାଉଥିଲେ ଜଣେ ମହିଳା । ତେବେ ଏହି ସମୟରେ ଅଟୋ ଡ୍ରାଇଭର ଅଶ୍ଳୀଳ ଗୀତ ବଜାଇବା ଆରମ୍ଭ କରିଥିଲେ । ଏହା ସେହି ମହିଳଆଙ୍କୁ ପସନ୍ଦ ଆସିନଥିଲା ।
ମହିଳା ଜଣଙ୍କ ଏହାକୁ ତୀବ୍ର ବିରୋଧ କରିଥିଲେ । ଗୀତ ବଜାଇବା ବନ୍ଦ କରିବା ବଦଳରେ ଅଟୋ ଡ୍ରାଇଭର ଜଣଙ୍କ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହା ପରେ ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଆରମ୍ଭ କରିଥିଲା ଇନଭେଷ୍ଟିଗେସନ । ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ଅଟୋ ଜବତ କରିଛି । ଯାହା ଜଣାପଡିଛି ଅଟୋ ଡ୍ରାଇଭର ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥିଲେ ।
ପୋଲିସ କହିବା ମୁତାବକ ଅଭିଯୁକ୍ତ ଅଟୋ ଡ୍ରାଇଭର ମଦ୍ୟପାନ କରି ଅଶ୍ଳୀଳ ଗୀତ ବଜାଉଥିଲେ । ଯେତେବେଳେ ମହିଳା ଜଣକ ଏହାକୁ ବିରୋଧ କରିଥିଲେ, ସେ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ପୋଲିସ ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ଅଟୋ ଜବତ କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
You can also read...
କୋଲକାତାରେ ଭୁଶୁଡିଲା ନିର୍ମାଣାଧୀନ ୫ମହଲା କୋଠା ; ୨ମୃତ, ୧୦ରୁ ଅଧିକ ଆହତ