‘ତମକୁ ଦେଖିନବୁ’

କୋଲକାତା, ୭।୧୧: ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ଗତ ମାସ ୨୭ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଭାଜପାର ଏକ ସଦସ୍ୟତା ଗ୍ରହଣ ଅଭିଯାନରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ବୁଧବାର ତାଙ୍କ ବିରୋଧରେ ବିଧାନନଗର ଦକ୍ଷିଣ ଥାନାରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମିଥୁନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି କହିଥିଲେ, ରାଜ୍ୟରେ ଭାଜପା ସରକାର ୨୦୨୬ରେ ଆସିବା ନିଶ୍ଚିତ। ଏହାପରେ […] The post ‘ତମକୁ ଦେଖିନବୁ’ appeared first on Dharitri Odia News.

‘ତମକୁ ଦେଖିନବୁ’

କୋଲକାତା, ୭।୧୧: ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ଗତ ମାସ ୨୭ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଭାଜପାର ଏକ ସଦସ୍ୟତା ଗ୍ରହଣ ଅଭିଯାନରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ବୁଧବାର ତାଙ୍କ ବିରୋଧରେ ବିଧାନନଗର ଦକ୍ଷିଣ ଥାନାରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମିଥୁନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଙ୍ଗିତ କରି କହିଥିଲେ, ରାଜ୍ୟରେ ଭାଜପା ସରକାର ୨୦୨୬ରେ ଆସିବା ନିଶ୍ଚିତ। ଏହାପରେ ତୁମକୁ ଦେଖିନବୁ। ସ୍ଥାନୀୟ ବିଧାୟକ ହୁମାୟୁନ କବିରଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ପ୍ରତିଶୋଧ ପରାୟଣ ଭାବନା ସହ ମିଥୁନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ନେଇ ପଶ୍ଚିମବଙ୍ଗ ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି। ରାଜ୍ୟ ସରକାର ବାରମ୍ବାର ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ସେ କହିଛନ୍ତି।

The post ‘ତମକୁ ଦେଖିନବୁ’ appeared first on Dharitri Odia News.