ସରକାର ଚାଷୀଙ୍କ ବଡ଼ ଶତ୍ରୁ: କଂଗ୍ରେସ

ଭୁବନେଶ୍ୱର,୪।୨(ସୁନିତ୍‌ ମିଶ୍ର): ରାଜ୍ୟର ଶାସନ ଦାୟିତ୍ୱରେ ଥିବା ସରକାର ଚାଷୀଙ୍କ ସବୁଠୁ ବଡ଼ ଶତ୍ରୁ। କୃଷକଙ୍କ ବନ୍ଧୁ ବୋଲି ଦାବି କରୁଥିବା ଏହି ସରକାର ବାସ୍ତବରେ ଚାଷୀଙ୍କୁ ଲୁଟ୍‌ କରିବାରେ ଧୁରନ୍ଧର। କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧,୮୭୯ କୋଟି ଟଙ୍କାର ସହାୟତା ଦେଉଥିବାବେଳେ ସେମାନଙ୍କ ଠାରୁ ୫,୮୭୭ କୋଟି ଟଙ୍କା ଲୁଟ୍‌ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ରାଜ୍ୟର ବିଜେଡି ସରକାର […] The post ସରକାର ଚାଷୀଙ୍କ ବଡ଼ ଶତ୍ରୁ: କଂଗ୍ରେସ appeared first on Dharitri Odia News.

ସରକାର ଚାଷୀଙ୍କ ବଡ଼ ଶତ୍ରୁ: କଂଗ୍ରେସ

ଭୁବନେଶ୍ୱର,୪।୨(ସୁନିତ୍‌ ମିଶ୍ର): ରାଜ୍ୟର ଶାସନ ଦାୟିତ୍ୱରେ ଥିବା ସରକାର ଚାଷୀଙ୍କ ସବୁଠୁ ବଡ଼ ଶତ୍ରୁ। କୃଷକଙ୍କ ବନ୍ଧୁ ବୋଲି ଦାବି କରୁଥିବା ଏହି ସରକାର ବାସ୍ତବରେ ଚାଷୀଙ୍କୁ ଲୁଟ୍‌ କରିବାରେ ଧୁରନ୍ଧର। କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧,୮୭୯ କୋଟି ଟଙ୍କାର ସହାୟତା ଦେଉଥିବାବେଳେ ସେମାନଙ୍କ ଠାରୁ ୫,୮୭୭ କୋଟି ଟଙ୍କା ଲୁଟ୍‌ କରୁଥିବା କଂଗ୍ରେସ ଅଭିଯୋଗ କରିଛି।
ଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, ରାଜ୍ୟର ବିଜେଡି ସରକାର ଚାଷୀଙ୍କୁ ଯେତିକି ସହାୟତା ଦେଉଥିବା ନେଇ ଦାବି କରୁଛନ୍ତି, ତା’ର ୩ ଗୁଣା ଚାଷୀଙ୍କଠାରୁ ଲୁଟୁଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ୭୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ସରକାର କିଣିବେ ବୋଲି ଘୋଷଣା କରିଥିଲେ। ସେହିପରି ୧୨.୩୫ ଲକ୍ଷ ପଞ୍ଜୀକୃତ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୨୧୮୩ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ଦ୍ଧାରଣ କରାଯାଇଛି। ମଣ୍ଡିରେ ଧାନ ବିକ୍ରି ବେଳେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ହାରାହାରି ୭ କିଲୋ ଧାନ କଟ୍‌ନି ଛଟ୍‌ନି କରାଯାଉଛି, ଯାହାର ମୂଲ୍ୟ ୧୩୫ ଟଙ୍କା। ଅଖା ମିଲ୍‌ ମାଲିକ ଦେବା କଥା। ମାତ୍ର ଚାଷୀ ତାକୁ ଭରଣା କରୁଛି ଓ ସେ ବାବଦକୁ ୬୪ ଟଙ୍କା ଦେବାକୁ ବାଧ୍ୟ ହେଉଛି। ପୁଣି ଧାନ ବସ୍ତା ଲୋଡିଂ ପାଇଁ କୁଇଣ୍ଟାଲ ପିଛା ହାରାହାରି ୧୦ ଟଙ୍କା ଚାଷୀ ଖର୍ଚ୍ଚ କରୁଛି। ଅର୍ଥାତ୍‌ ମୋଟ୍‌ ଉପରେ ଚାଷୀ କୁଇଣ୍ଟାଲ ପିଛା ହାରାହାରି ୨୨୭ ଟଙ୍କା ଖର୍ଚ୍ଚ କରୁଛି। ୭୯ ଲକ୍ଷ ଟନ୍‌ ଧାନ ପାଇଁ ସର୍ବମୋଟ୍‌ ୧୭୯୩ କୋଟି ଟଙ୍କା ଚାଷୀଙ୍କ ଉପରେ ବୋଝ ପଡୁଛି। ଏହା କ’ଣ ଚାଷୀଙ୍କୁ ଶୋଷଣ ନୁହେଁ କି ବୋଲି ଦାସ ପ୍ରଶ୍ନ କରିଛନ୍ତି। ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ୨୪ବର୍ଷ ଭିତରେ ୨୪ଟି ଶୀତଳ ଭଣ୍ଡାର ନିର୍ମାଣ କରିପାରିନାହାନ୍ତି। ରାଜ୍ୟର ୩୫ ଶତାଂଶ ଜମିକୁ ଜଳସେଚନ ସୁବିଧା ଦେବାର ପ୍ରତିଶ୍ରୁତି ସରକାର ଦେଇଥିଲେ। ମାତ୍ର ତାହା ପ୍ରତାରଣାରେ ପରିଣତ ହୋଇଛି ବୋଲି ଅମିୟ କହିଛନ୍ତି।

The post ସରକାର ଚାଷୀଙ୍କ ବଡ଼ ଶତ୍ରୁ: କଂଗ୍ରେସ appeared first on Dharitri Odia News.