ନେବୁଲାଇଜର ବ୍ୟବହାରକୁ ଗୁରୁତ୍ୱ
ଭୁବନେଶ୍ୱର,୯।୯ (ଅଭୟ ଦାଶ): ଓଡ଼ିଶାରେ କ୍ରମାଗତ ଭାବେ ଶିଶୁମୃତ୍ୟୁ ହାର ବଢୁଥିବାବେଳେ ଶିଶୁମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ରୋଗ ଅଧିକ ଦେଖିବାକୁ ମିଳୁଛି। ଏପରିକି ଆଜମା, ବ୍ରୋଙ୍କାଇଟିସ୍, ସିଓପିଡି ଏବଂ ନିମୋନିଆ ଭଳି ରୋଗ କେବଳ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ ବରଂ ସେମାନଙ୍କ ପରିବାର ଏବଂ ସ୍ବାସ୍ଥ୍ୟ ସେବା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚାପ ପକାଇଥାଏ। ଏହି ଆହ୍ବାନର ସମ୍ମୁଖୀନ ହେବା ସମୟରେ ନେବୁଲାଇଜର ଶ୍ୱାସକ୍ରିୟା ସ୍ଥିତି ପରିଚାଳନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ […] The post ନେବୁଲାଇଜର ବ୍ୟବହାରକୁ ଗୁରୁତ୍ୱ appeared first on Dharitri Odia News.
ଭୁବନେଶ୍ୱର,୯।୯ (ଅଭୟ ଦାଶ): ଓଡ଼ିଶାରେ କ୍ରମାଗତ ଭାବେ ଶିଶୁମୃତ୍ୟୁ ହାର ବଢୁଥିବାବେଳେ ଶିଶୁମାନଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ରୋଗ ଅଧିକ ଦେଖିବାକୁ ମିଳୁଛି। ଏପରିକି ଆଜମା, ବ୍ରୋଙ୍କାଇଟିସ୍, ସିଓପିଡି ଏବଂ ନିମୋନିଆ ଭଳି ରୋଗ କେବଳ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ ବରଂ ସେମାନଙ୍କ ପରିବାର ଏବଂ ସ୍ବାସ୍ଥ୍ୟ ସେବା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚାପ ପକାଇଥାଏ। ଏହି ଆହ୍ବାନର ସମ୍ମୁଖୀନ ହେବା ସମୟରେ ନେବୁଲାଇଜର ଶ୍ୱାସକ୍ରିୟା ସ୍ଥିତି ପରିଚାଳନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହୋଇଛି। ସେହିଭଳି ହୋମହେଲ୍ଥ ମନିଟରିଂ ଡିଭାଇସ ଯୋଗାଉଥିବା ଅଗ୍ରଣୀ ଓମ୍ରନ ହେଲ୍ଥକେୟାର ଇଣ୍ଡିଆ ପାଖରେ ଶ୍ୱାସକ୍ରିୟା ଜନିତ ସମସ୍ୟାର ଯତ୍ନ ନେବା ଏବଂ ବିଶେଷ କରି ଶିଶୁମାନଙ୍କଠାରେ ରୋଗ ପରିଚାଳନାରେ ଉନ୍ନତି ଆଣିବା ପାଇଁ ଦକ୍ଷ ଔଷଧ ବିତରଣ ପାଇଁ ବ୍ୟାପକ ନେବୁଲାଇଜର ଉପଲବ୍ଧ ରହିଛି। ଏପରିକି ଫୁସଫୁସ ଔଷଧର ଶୀଘ୍ର ଡେଲିଭରିରେ ସଠିକତା ହେତୁ ନେବୁଲାଇଜର ଆଜମା ଏବଂ ସିଓପିଡି ଇତ୍ୟାଦି ଶ୍ୱାସ ରୋଗକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ବୋଲି ଆକଳନ କରାଯାଉଛି।
The post ନେବୁଲାଇଜର ବ୍ୟବହାରକୁ ଗୁରୁତ୍ୱ appeared first on Dharitri Odia News.