ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣା: କଲେଜ ଅଧୀକ୍ଷକଙ୍କୁ ଭେଟିଲା ବିଜେଡି ଟିମ୍
କୋରାପୁଟ,୭ା୬(ଅମିତାଭ ବେହେରା): ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସିୟୁ ବେଡ୍ରେ ମଙ୍ଗଳବାର ୬ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶନିବାର ଜିଲା ବିଜେଡି ଟିମ୍ ଜିଲା ସଭପତି ଝିନ ହିକ୍କାଙ୍କ ନେତୃତ୍ୱରେ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପୂର୍ବତନ ପଟାଙ୍ଗୀ ପ୍ରୀତମ ପାଢ଼ୀ ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଦଳର ପୂର୍ବତନ ଏମ୍ପି ପ୍ରାର୍ଥିନୀ କୌଶଲ୍ୟା […] The post ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣା: କଲେଜ ଅଧୀକ୍ଷକଙ୍କୁ ଭେଟିଲା ବିଜେଡି ଟିମ୍ appeared first on Dharitri Odia News.
କୋରାପୁଟ,୭ା୬(ଅମିତାଭ ବେହେରା): ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଇସିୟୁ ବେଡ୍ରେ ମଙ୍ଗଳବାର ୬ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଶନିବାର ଜିଲା ବିଜେଡି ଟିମ୍ ଜିଲା ସଭପତି ଝିନ ହିକ୍କାଙ୍କ ନେତୃତ୍ୱରେ ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପୂର୍ବତନ ପଟାଙ୍ଗୀ ପ୍ରୀତମ ପାଢ଼ୀ ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଦଳର ପୂର୍ବତନ ଏମ୍ପି ପ୍ରାର୍ଥିନୀ କୌଶଲ୍ୟା ହିକ୍କା ଶନିବାର ମେଡିକାଲ କଲେଜ ଅଧୀକ୍ଷକ ଡ. ସୁଶାନ୍ତ କୁମାର ସାହୁଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ବର୍ତ୍ତମାନ ତଦନ୍ତ ଅଗ୍ରଗତି ଉପରେ ଜାଣିବାକୁ ଚାହିଁଥିଲେ। ତା’ ସହିତ ରୋଗୀଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ରୋଗୀ କିପରି ଉତ୍ତମ ସେବା ପାଇପାରିବ ସେଥିପାଇଁ କର୍ତ୍ତ୍ୟପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ମୃତକଙ୍କ ପରିବାରଙ୍କୁ ଭେଟି ଦେଇଥିଲେ। ଏହି ଘଟଣା ପରେ ରାଜନୀତିକ ମାଇଲେଜ୍ ନେବା ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଅପରପକ୍ଷେ ଉକ୍ତ ଘଟଣାକୁ ନେଇ ଗତକାଲି ରାତିରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଡକ୍ଟର ଓ ନର୍ସଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ବେଳେ ବର୍ତ୍ତମାନ ଡିଏମଇଇଟିର ଦୁଇଟି ଟିମ୍ ଦ୍ୱାରା ଚାଲିଥିବା ତଦନ୍ତକୁ ଏହା ପ୍ରଭାବିତ କରିବନି ତ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
The post ହସ୍ପିଟାଲରେ ୬ ରୋଗୀ ମୃତ୍ୟୁ ଘଟଣା: କଲେଜ ଅଧୀକ୍ଷକଙ୍କୁ ଭେଟିଲା ବିଜେଡି ଟିମ୍ appeared first on Dharitri Odia News.