ଆରମ୍ଭ ହୋଇଛି ବଜେଟ କାଉଣ୍ଟଡାଉନ
ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ସଂସଦରେ ଆସିବ କେନ୍ଦ୍ର ବଜେଟ, ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ।... The post ଆରମ୍ଭ ହୋଇଛି ବଜେଟ କାଉଣ୍ଟଡାଉନ appeared first on .
ନନ୍ଦିଘୋଷ ବ୍ୟୁରୋ: ଦିନକ ପରେ ସଂସଦରେ ଆସିବ କେନ୍ଦ୍ର ବଜେଟ, ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ। ମୋଦି ସରକାରଙ୍କ ତୃତୀୟ ପାଳିର ବଜେଟ ସାଙ୍ଗକୁ ରାଜ୍ୟରେ ନୂଆ ସରକାରର ପ୍ରଥମ ବଜେଟ ଉପରେ ସମସ୍ତଙ୍କ ନଜର। ଭିତ୍ତିଭୂମି, ନିଯୁକ୍ତି, ଗ୍ରୀନ ଏନର୍ଜି ଆଦି କ୍ଷେତ୍ରକୁ ଗୁରୁତ୍ବ ଦିଆଯିବାର ସମ୍ଭାବନା ଥିବା ବେଳେ ନିର୍ବାଚନୀ ପ୍ରତିଶୃତି ପୂରଣ କରିବା ବି ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନ ହେବ। ଦରଦାମ ବୃଦ୍ଧିରେ ସାଧାରଣ ଲୋକେ ଛଟପଟ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଡ଼ ଟାସ୍କ ହେବ। ମହିଳା ସଶକ୍ତୀକରଣ ସାଙ୍ଗକୁ ସେମାନଙ୍କ ଆର୍ଥିକ ସ୍ବାଧୀନତା ଏବଂ ସୁରକ୍ଷା ଉପରେ ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ନଜର ଦେବେ ବୋଲି ମହିଳାମାନେ ଆଶା ରଖିଛନ୍ତି।
ଆରମ୍ଭ ହୋଇଛି ବଜେଟ କାଉଣ୍ଟଡାଉନ । ୨୩ ତାରିଖରେ ସଂସଦରେ କେନ୍ଦ୍ର ବଜେଟ ଏବଂ ୨୫ ତାରିଖରେ ରାଜ୍ୟ ବଜେଟ ଆସିବ ବିଧାନସଭାରେ। ଚାଷୀ, ଯୁବକ, ମହିଳାଙ୍କ ପାଇଁ ବଜେଟରେ ରହିପାରେ ଖୁସି ଖବର। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ବି ମିଳିବ ଗୁରୁତ୍ବ। ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଥିବାରୁ ଭିତ୍ତିଭୂମି, ଗ୍ରୀନ ଏନର୍ଜି ପାଇଁ ଅଧିକ ବ୍ୟୟବରାଦ ହେବାର ସମ୍ଭାବନା ବି ରହିଛି। ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ଗୃହିଣୀଙ୍କୁ ଏହା ଖୁବ୍ ବାଧୁଛି। ଲୋକଙ୍କ କ୍ରୟଶକ୍ତି ବଢାଇବା ସାଙ୍ଗକୁ ଆୟକର ସ୍ଲାବରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସମାଜସେବୀ ଆଶା ରଖିଛନ୍ତି। ଆୟକର ଛାଡ଼ ସୀମା ୩ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବାର ସମ୍ଭାବନା ମଧ୍ୟ ରହିଛି।
ସମସ୍ତଙ୍କ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟକୁ ସହଜ, ଶସ୍ତା ଓ ସରଳ କରିବା ଉପରେ ମଧ୍ୟ ଗୁରୁତ୍ବ ମିଳିବାର ଆଶା ରହିଛି। ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିପାରନ୍ତି କେନ୍ଦ୍ର ସରକାର। ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ରହିପାରେ। ସୁଭଦ୍ରା ଯୋଜନା, ଧାନର ଏମଏସପି ବୃଦ୍ଧି ଭଳି ନିର୍ବାଚନୀ ପ୍ରତିଶୃତି ପୂରଣ କରିବାକୁ ବଜେଟରେ ବ୍ୟବସ୍ଥା କରିପାରନ୍ତି ରାଜ୍ଯ ସରକାର। ମହିଳାଙ୍କ ସୁରକ୍ଷା ସାଙ୍ଗକୁ ସେମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ବଜେଟରେ ବ୍ୟବସ୍ଥା ହେବାର ଆଶା ରଖିଛନ୍ତି ସ୍ବେଚ୍ଛାସେବୀ। ମହିଳା ବୁଣାକାରଙ୍କୁ ପ୍ରୋତ୍ସାହନ ସହିତ ସମସ୍ତଙ୍କୁ ଟୀକାକରଣ ପାଇଁ ବଜେଟରେ ବ୍ୟବସ୍ଥା ହେବା ଦରକାର ବୋଲି ମତ ପ୍ରକାଶ ପାଇଛି ।
The post ଆରମ୍ଭ ହୋଇଛି ବଜେଟ କାଉଣ୍ଟଡାଉନ appeared first on .