ଗ୍ୟାସ ଟାଙ୍କି ଫାଟି ଚିକେନ୍‌ ଦୋକାନୀ ଗୁରୁତର

ବାଲିଗୁଡା,୧୯।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଚିକେନ୍‌ ଦୋକାନ ଭିତରେ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ। ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଚିକେନ ଦୋକାନୀ ରତନ ଦିଗାଲ ଚିକେନ୍‌ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍‌ ଗ୍ୟାସ ଟାଙ୍କି ଫାଟିଥିଲା। ଦୋକାନୀ ଜଣଙ୍କ ଯଦିଓ ଗୁରୁତର ଆହତ ହୋଇଛନ୍ତି, କିନ୍ତୁ ମୃତ୍ୟୁ […] The post ଗ୍ୟାସ ଟାଙ୍କି ଫାଟି ଚିକେନ୍‌ ଦୋକାନୀ ଗୁରୁତର appeared first on Dharitri Odia News.

ଗ୍ୟାସ ଟାଙ୍କି ଫାଟି ଚିକେନ୍‌ ଦୋକାନୀ ଗୁରୁତର

ବାଲିଗୁଡା,୧୯।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଚିକେନ୍‌ ଦୋକାନ ଭିତରେ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ। ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ଚିକେନ ଦୋକାନୀ ରତନ ଦିଗାଲ ଚିକେନ୍‌ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍‌ ଗ୍ୟାସ ଟାଙ୍କି ଫାଟିଥିଲା। ଦୋକାନୀ ଜଣଙ୍କ ଯଦିଓ ଗୁରୁତର ଆହତ ହୋଇଛନ୍ତି, କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୋକାନୀ ଜଣଙ୍କ ବାଟାଗୁଡା ପଞ୍ଚାୟତ ପାଲୁମକିଆ ଗାଁର ରତନ ଦିଗାଲ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଟୋ ଯୋଗେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଖବରପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ବାଲିଗୁଡ଼ା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ସେନେଇ ତଦନ୍ତ କରୁଥିବା ଜଣାପଡିଛି । ବର୍ତ୍ତମାନ ଏଭଳି ଦୁର୍ଘଟଣା ହେବା ପରେ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହୋଇଛି।

The post ଗ୍ୟାସ ଟାଙ୍କି ଫାଟି ଚିକେନ୍‌ ଦୋକାନୀ ଗୁରୁତର appeared first on Dharitri Odia News.