ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ
କାମାକ୍ଷାନଗର,୨୭।୨: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ପାଞ୍ଚରୁ ଅଧିକ ମୋଟରସାଇକେଲ। ଏଭଳି ଏକ ଦୁର୍ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ। ସୂଚନାଥାଉ କି, କୁହାଯାଉଛି କି ପ୍ରଥମେ କାର୍ଯ୍ୟାଳୟର ପଛପଟେ ନିଆଁ ଲାଗିଥିଲା । ଏହାପରେ ଚାହୁଁ ଚାହୁଁ ନିଆଁ ପାଖରେ ଥିବା ମୋଟର ସାଇକେଲରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ପାଞ୍ଚରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ପୋଡ଼ିଯାଇଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି, […] The post ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ appeared first on Dharitri Odia News.
କାମାକ୍ଷାନଗର,୨୭।୨: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ପାଞ୍ଚରୁ ଅଧିକ ମୋଟରସାଇକେଲ। ଏଭଳି ଏକ ଦୁର୍ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ।
ସୂଚନାଥାଉ କି, କୁହାଯାଉଛି କି ପ୍ରଥମେ କାର୍ଯ୍ୟାଳୟର ପଛପଟେ ନିଆଁ ଲାଗିଥିଲା । ଏହାପରେ ଚାହୁଁ ଚାହୁଁ ନିଆଁ ପାଖରେ ଥିବା ମୋଟର ସାଇକେଲରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ପାଞ୍ଚରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ପୋଡ଼ିଯାଇଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି, କାର୍ଯ୍ୟାଳୟ ପରିସରେ ଥିବା ଜବତ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
The post ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ appeared first on Dharitri Odia News.