୧୪ରେ ହେବ ବିଦ୍ୟୁତ୍ କାଟ୍
ବରଗଡ଼,୧୨।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍(ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍ ସବ୍ଷ୍ଟେଶନରେ ଆସନ୍ତା ୧୪ତାରିଖରେ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ୍ କାଟ୍ କରାଯିବ। ଉକ୍ତ ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବରଗଡ଼ ଜିଲାର ବରଗଡ଼ ସହର, ଭଟଲି, ସୁକୁଡ଼ା, ଶରଧାପାଲି, ରାଇଶୋଭା, ଗୋପାଳପୁର, ମୁଲବାର, ତେଜାଗୋଲା, ନୂଆଁପାଲି, ନୂଆଁଗଡ଼, ବରାହଗୋଡ଼ା, ତୋରା, ଖେଦାପାଲି ତଥା ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ […] The post ୧୪ରେ ହେବ ବିଦ୍ୟୁତ୍ କାଟ୍ appeared first on Dharitri Odia News.
ବରଗଡ଼,୧୨।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍(ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍ ସବ୍ଷ୍ଟେଶନରେ ଆସନ୍ତା ୧୪ତାରିଖରେ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ୍ କାଟ୍ କରାଯିବ। ଉକ୍ତ ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବରଗଡ଼ ଜିଲାର ବରଗଡ଼ ସହର, ଭଟଲି, ସୁକୁଡ଼ା, ଶରଧାପାଲି, ରାଇଶୋଭା, ଗୋପାଳପୁର, ମୁଲବାର, ତେଜାଗୋଲା, ନୂଆଁପାଲି, ନୂଆଁଗଡ଼, ବରାହଗୋଡ଼ା, ତୋରା, ଖେଦାପାଲି ତଥା ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କର୍ତ୍ତୃପକ୍ଷ ଏକ ପ୍ରେସ ବିବୃତିରେ କହିବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।
The post ୧୪ରେ ହେବ ବିଦ୍ୟୁତ୍ କାଟ୍ appeared first on Dharitri Odia News.