କୂଅରେ ଭାସୁଛି ଯୁବକଙ୍କ ଉଲଗ୍ନ ମୃତଦେହ, କୂଅ ନିକଟରୁ ମିଳିଲା ପ୍ୟାଣ୍ଟ-ସାର୍ଟ

ବଡବିଲ ୧।୫: କେନ୍ଦୁଝର ଜିଲ୍ଲା ବଡ଼ବିଲ ବଙ୍ଗଳା ଛକ ମାଉସୀ ମା' ମନ୍ଦିର ନିକଟରେ ଥିବା ଏକ କୂଅରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ବୁଧବାର ସକାଳୁ କୂଅରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ବଡ଼ବିଲ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ  ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ କେଉଁ ପରିସ୍ଥିତିରେ ଯୁବକ ଜଣକ କୂଅ ପାଣିରେ ବୁଡ଼ିଗଲେ ତାହା ଜଣାପଡିନାହିଁ । କୂଅ ନିକଟରେ ଯୁବକଙ୍କ ପ୍ୟାଣ୍ଟ ସାର୍ଟ ରହିଥିବା ବେଳେ, ସମ୍ଭବତଃ ଗାଧୋଇବାକୁ ଯାଇ କୂଅରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।  ବଡ଼ବିଲ ପୋଲିସ ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ତଦନ୍ତ ଜାରି ରଖିଛି ।You Can Read :ତିନି ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ଲାଗିଲା କଟକଣା 

କୂଅରେ ଭାସୁଛି ଯୁବକଙ୍କ ଉଲଗ୍ନ ମୃତଦେହ, କୂଅ ନିକଟରୁ ମିଳିଲା ପ୍ୟାଣ୍ଟ-ସାର୍ଟ

ବଡବିଲ ୧।୫: କେନ୍ଦୁଝର ଜିଲ୍ଲା ବଡ଼ବିଲ ବଙ୍ଗଳା ଛକ ମାଉସୀ ମା' ମନ୍ଦିର ନିକଟରେ ଥିବା ଏକ କୂଅରୁ ଭାସୁଥିବା ଅବସ୍ଥାରେ ଜଣେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । ବୁଧବାର ସକାଳୁ କୂଅରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ବଡ଼ବିଲ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ  ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ କେଉଁ ପରିସ୍ଥିତିରେ ଯୁବକ ଜଣକ କୂଅ ପାଣିରେ ବୁଡ଼ିଗଲେ ତାହା ଜଣାପଡିନାହିଁ । କୂଅ ନିକଟରେ ଯୁବକଙ୍କ ପ୍ୟାଣ୍ଟ ସାର୍ଟ ରହିଥିବା ବେଳେ, ସମ୍ଭବତଃ ଗାଧୋଇବାକୁ ଯାଇ କୂଅରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।  ବଡ଼ବିଲ ପୋଲିସ ମୃତକଙ୍କ ପରିଚୟ ଖୋଜିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

You Can Read :

ତିନି ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ଲାଗିଲା କଟକଣା