ପୁଣି ଦିଲ୍ଲୀ ଗଲେ ମନମୋହନ : ଏଥର ଆସିବ ଓଡ଼ିଶା ପ୍ରାର୍ଥୀଙ୍କ ନାଁ

ଭୁବନେଶ୍ୱର,୨୩।୩: ଦିନ କେଇଟା ପରେ ନିର୍ବାଚନ। ଏ ନେଇ ପ୍ରସ୍ତୁତି ଆରମ୍ଭ  ହୋଇଗଲାଣି।  ପୁଣି ଦିଲ୍ଲୀ ଗଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଆଗାମୀ ଦିନରେ ହେବାକୁ ଥିବା କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଏହାସହ ତାଙ୍କ ସହିତ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଗସ୍ତରେ ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇପାରେ ବୋଲି ସୂଚନା ମିଳିଛି । […] The post ପୁଣି ଦିଲ୍ଲୀ ଗଲେ ମନମୋହନ : ଏଥର ଆସିବ ଓଡ଼ିଶା ପ୍ରାର୍ଥୀଙ୍କ ନାଁ appeared first on Dharitri Odia News.

ପୁଣି ଦିଲ୍ଲୀ ଗଲେ ମନମୋହନ : ଏଥର ଆସିବ ଓଡ଼ିଶା ପ୍ରାର୍ଥୀଙ୍କ ନାଁ
ଭୁବନେଶ୍ୱର,୨୩।୩: ଦିନ କେଇଟା ପରେ ନିର୍ବାଚନ। ଏ ନେଇ ପ୍ରସ୍ତୁତି ଆରମ୍ଭ  ହୋଇଗଲାଣି।  ପୁଣି ଦିଲ୍ଲୀ ଗଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଆଗାମୀ ଦିନରେ ହେବାକୁ ଥିବା କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ସେ ଦିଲ୍ଲୀ ଗସ୍ତ କରିଛନ୍ତି।
ଏହାସହ ତାଙ୍କ ସହିତ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ଏହି ଗସ୍ତରେ ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇପାରେ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷେ, ରାଜ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚାରେ ଶୁକ୍ରବାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେଡି ଏକାକୀ ସମସ୍ତ  ଆସନରେ ନିର୍ବାଚନ ଲଢିବ ବୋଲି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଘୋଷଣା କରିଥିଲେ । ପରେ ସମସ୍ତ ଚର୍ଚ୍ଚାରେ ଅନ୍ତ ଘଟିଥିଲା। ସେପଟେ ଭାଜପା ମଧ୍ୟ ଏକାକୀନ ନିର୍ବାଚନ ଲଢିବାକୁ ପୁରା ପ୍ରସ୍ତୁତ ଅଛି ବୋଲି ରାଜ୍ୟ ଭାଜପା ନେତା କହିଛନ୍ତି ।

The post ପୁଣି ଦିଲ୍ଲୀ ଗଲେ ମନମୋହନ : ଏଥର ଆସିବ ଓଡ଼ିଶା ପ୍ରାର୍ଥୀଙ୍କ ନାଁ appeared first on Dharitri Odia News.