ମହିଳାଙ୍କ ପୋଷାକ ଦେଖି ରାଗିଗଲେ ବ୍ୟକ୍ତି, ଏସିଡ ମାଡ କରିବାକୁ ଦେଲେ ଧମକ

ବେଙ୍ଗାଲୁରୁ,୧୧।୧୦: ବେଙ୍ଗାଲୁରୁରେ ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଜଣେ ମହିଳାଙ୍କ ଉପରେ ଏସିଡ ପକାଇବାକୁ ଧମକ ଦେଇଥିବା ଅଭିଯୋଗ ସହ ମାମଲା ରୁଜୁ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନିକିତ ଶେଟ୍ଟୀ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପୋଷାକ ପସନ୍ଦକୁ ନେଇ ଧମକ ଦେଇଥିଲେ। ବ୍ୟକ୍ତି ଜଣକ ବେଙ୍ଗାଲୁରୁର ଅଧିକାରୀଙ୍କୁ ଟ୍ୟାଗ କରି ଏକ୍ସରେ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ କି ମୋ […] The post ମହିଳାଙ୍କ ପୋଷାକ ଦେଖି ରାଗିଗଲେ ବ୍ୟକ୍ତି, ଏସିଡ ମାଡ କରିବାକୁ ଦେଲେ ଧମକ appeared first on Dharitri Odia News.

ମହିଳାଙ୍କ ପୋଷାକ ଦେଖି ରାଗିଗଲେ ବ୍ୟକ୍ତି, ଏସିଡ ମାଡ କରିବାକୁ ଦେଲେ ଧମକ

ବେଙ୍ଗାଲୁରୁ,୧୧।୧୦: ବେଙ୍ଗାଲୁରୁରେ ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଜଣେ ମହିଳାଙ୍କ ଉପରେ ଏସିଡ ପକାଇବାକୁ ଧମକ ଦେଇଥିବା ଅଭିଯୋଗ ସହ ମାମଲା ରୁଜୁ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନିକିତ ଶେଟ୍ଟୀ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପୋଷାକ ପସନ୍ଦକୁ ନେଇ ଧମକ ଦେଇଥିଲେ। ବ୍ୟକ୍ତି ଜଣକ ବେଙ୍ଗାଲୁରୁର ଅଧିକାରୀଙ୍କୁ ଟ୍ୟାଗ କରି ଏକ୍ସରେ ଏକ ପୋଷ୍ଟ ଶେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ କି ମୋ ସ୍ତ୍ରୀଙ୍କ ପୋଷାକ ପସନ୍ଦକୁ ନେଇ ଜଣେ ବ୍ୟେକ୍ତି ତାଙ୍କ ୁପରକୁ ଏସିଡ ମାଡ କରିବାକୁ ଧମକ ଦେଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦୟାକରି ଏହି ବ୍ୟକ୍ତିଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯାହା ଦ୍ୱରା ଏହି ଘଟଣା ଠିକ ସମୟରେ ବନ୍ଦ ହୋଇପାରିବ।

ଯେତେବେଳେ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଥିଲେ, ସେତେବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଯେତେବେଳେ ତାଙ୍କ କମ୍ପାନୀ ଏହା ବିଷୟରେ ଜାଣିଲା, ସେହି ସମୟରେ ତାଙ୍କୁ ଚାକିରିରୁ ବରଖାସ୍ତ କଲା ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ କମ୍ପାନୀ କହିଛି, ଆମର ଜଣେ କର୍ମଚାରୀ ନିକିତ ଶେଟ୍ଟୀଙ୍କ ସହ ଜଡିତ ଏକ ଗୁରୁତର ଘଟଣା ବିଷୟରେ ଜଣାଇବାରେ ଆମେ ଅତ୍ୟନ୍ତ ଦୁଃଖିତ, ଯିଏ ପୋଷାକ ପସନ୍ଦ ବିଷୟରେ ଧମକପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। କମ୍ପାନୀ ନିକିତ ଶେଟ୍ଟୀଙ୍କୁ କହିଛି, ଏହି ଆଚରଣ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ଏବଂ ଆମେ ଇଟିଓସ ସର୍ଭିସେସ ନିର୍ମାଣ କରିଥିବା ମୂଳ ମୂଲ୍ୟ ବିରୁଦ୍ଧରେ ଯାଉଛି।

The post ମହିଳାଙ୍କ ପୋଷାକ ଦେଖି ରାଗିଗଲେ ବ୍ୟକ୍ତି, ଏସିଡ ମାଡ କରିବାକୁ ଦେଲେ ଧମକ appeared first on Dharitri Odia News.