ବିଦ୍ୟୁତ୍ଖୁଣ୍ଟକୁ ଧକ୍କାଦେଲା କାର୍, ଚାଳକ ମୃତ
ଘସିପୁରା,୬ା୧(ନିରଞ୍ଜନ ସାହୁ): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଭଗାନଇ ଛକ ନିକଟରେ ଶନିବାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଚାଳକ ଘସିପୁରା ବ୍ଲକ ଖଡ଼ିକାଶୁଳବାହାଳିର ରାଜକିଶୋର ରାଉତ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ କାର୍ ଯୋଗେ ଆନନ୍ଦପୁର ଅଭିମୁଖେ ଆସୁଥିବା ସମୟରେ ଭଗାନଇ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ଖୁଣ୍ଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ରାଜକିଶୋର ଏବଂ ଅନ୍ୟ ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ […] The post ବିଦ୍ୟୁତ୍ଖୁଣ୍ଟକୁ ଧକ୍କାଦେଲା କାର୍, ଚାଳକ ମୃତ appeared first on Dharitri Odia News.
ଘସିପୁରା,୬ା୧(ନିରଞ୍ଜନ ସାହୁ): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଭଗାନଇ ଛକ ନିକଟରେ ଶନିବାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଚାଳକ ଘସିପୁରା ବ୍ଲକ ଖଡ଼ିକାଶୁଳବାହାଳିର ରାଜକିଶୋର ରାଉତ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ କାର୍ ଯୋଗେ ଆନନ୍ଦପୁର ଅଭିମୁଖେ ଆସୁଥିବା ସମୟରେ ଭଗାନଇ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ଖୁଣ୍ଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ରାଜକିଶୋର ଏବଂ ଅନ୍ୟ ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଡାକ୍ତରଖାନାରେ ଡାକ୍ତର ରାଜକିଶୋରଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଯୁବକ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ରାମଚନ୍ଦ୍ରପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦର ବ୍ୟବସ୍ଥା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।
The post ବିଦ୍ୟୁତ୍ଖୁଣ୍ଟକୁ ଧକ୍କାଦେଲା କାର୍, ଚାଳକ ମୃତ appeared first on Dharitri Odia News.