ଲୋକ ସଭା ନିର୍ବାଚନରେ ୫୫ ଲକ୍ଷ ଇଭିଏମର ହେବ ବ୍ୟବହାର, ପ୍ରଥମଥର ୧.୮୨ କୋଟି ଭୋଟର କରିବେ ମତଦାନ
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ସମ୍ପର୍କରେ ଦେଶର ନିର୍ବାଚନ ଆୟୋଗର ଏକ ଖବରଦାତା ସମ୍ମିଳନୀ ଚାଲିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଲୋକ ସଭା ନିର୍ବାଚନରେ ୫୫ ଲକ୍ଷ ଇଭିଏମ ବ୍ୟବହାର କରାଯିବ। ଏହି ପ୍ରେସ କନଫରେନ୍ସରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଗଣେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁ ମଧ୍ୟ ଉପସ୍ଥିତ ଅଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର […] The post ଲୋକ ସଭା ନିର୍ବାଚନରେ ୫୫ ଲକ୍ଷ ଇଭିଏମର ହେବ ବ୍ୟବହାର, ପ୍ରଥମଥର ୧.୮୨ କୋଟି ଭୋଟର କରିବେ ମତଦାନ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ସମ୍ପର୍କରେ ଦେଶର ନିର୍ବାଚନ ଆୟୋଗର ଏକ ଖବରଦାତା ସମ୍ମିଳନୀ ଚାଲିଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଲୋକ ସଭା ନିର୍ବାଚନରେ ୫୫ ଲକ୍ଷ ଇଭିଏମ ବ୍ୟବହାର କରାଯିବ।
ଏହି ପ୍ରେସ କନଫରେନ୍ସରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଗଣେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁ ମଧ୍ୟ ଉପସ୍ଥିତ ଅଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଦେଶରେ ୯୭କୋଟି ପଞ୍ଜିକୃତ ଭୋଟର ଅଛନ୍ତି। ସେଥିମଧ୍ୟରୁ ୪୯.୭ କୋଟି ପୁରୁଷ ଏବଂ ୪୭ କୋଟି ମହିଳା। ଏଥି ସହିତ ୧.୮୨କୋଟି ଭୋଟର ପ୍ରଥମ ଥର ପାଇଁ ଭୋଟ ଦେବେ। ତେବେ ନିର୍ବାଚନରେ ୨୧.୫୦ କୋଟି ଯୁବ ଭୋଟର ଅଂଶଗ୍ରହଣ କରିବେ।
The post ଲୋକ ସଭା ନିର୍ବାଚନରେ ୫୫ ଲକ୍ଷ ଇଭିଏମର ହେବ ବ୍ୟବହାର, ପ୍ରଥମଥର ୧.୮୨ କୋଟି ଭୋଟର କରିବେ ମତଦାନ appeared first on Dharitri Odia News.