ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଏକ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା ୩ ଜଣକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ଜିଲା ତରଭା ଥାନା ଅନ୍ତର୍ଗତ କାମସରା ଗ୍ରାମର ଆନନ୍ଦ ନାଗ(୩୫), ଚନ୍ଦନ ନାଗ(୨୬) ଓ ଅନ୍ତରଦାର ସନ୍ତୋଷ ସରଭଙ୍ଗା(୩୮) ବୋଲି ଜଣାପଡିଛି। ସେମାନଙ୍କଠାରୁ ବିଭିନ୍ନ କମ୍ପାନୀର ୨୮ଟି ମୋବାଇଲ ଫୋନ ସହ ଏକ […] The post ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ appeared first on Dharitri Odia News.

ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ

ଭବାନୀପାଟଣା,୧୪।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଏକ ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ଥିବା ୩ ଜଣକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ଜିଲା ତରଭା ଥାନା ଅନ୍ତର୍ଗତ କାମସରା ଗ୍ରାମର ଆନନ୍ଦ ନାଗ(୩୫), ଚନ୍ଦନ ନାଗ(୨୬) ଓ ଅନ୍ତରଦାର ସନ୍ତୋଷ ସରଭଙ୍ଗା(୩୮) ବୋଲି ଜଣାପଡିଛି। ସେମାନଙ୍କଠାରୁ ବିଭିନ୍ନ କମ୍ପାନୀର ୨୮ଟି ମୋବାଇଲ ଫୋନ ସହ ଏକ ମାରୁତି ଭ୍ୟାନ ନଂ(ଓ ୩୧କେ -୭୪୩୩)ଜବତ କରିଛି। ଏହି ଭ୍ୟାନରେ ଆସି ସେମାନେ ଚୋରି କରୁଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ,ଭବାନୀପାଟଣା ସହର ୱାର୍ଡ ନଂ ୨୦ ତେନ୍ତୁଲି ଗଛପଡାର ରାଜକୁମାର ଅଗ୍ରୱାଲ (୫୮) ଗତ ଶୁକ୍ରବାର ଭୋରରେ ମା’ମାଣିକେଶରୀଙ୍କ ଛତର ଯାତ୍ରା ଦେଖିବାକୁ ସ୍ଥାନୀୟ ଜେନାଖାଲପଡ଼ାକୁ ଯାଇଥିଲେ। ସେଠାରେ କେହି ଜଣେ ଦୁର୍ବୁତ୍ତ ତାଙ୍କ ମୋବାଇଲକୁ ପକେଟରୁ ଚୋରି କରି ନେଇ ଯାଇଥିଲା। ଏହାକୁ ନେଇଁ ରାଜ କୁମାର ଭବାନୀପାଟଣା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଟାଉନ ଥାନା ପୋଲିସ ଏକ ମାମଲା ନଂ(୪୧୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଏହି ମୋବାଇଲ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇ ପାରିଥିଲା।

The post ଏକ ମୋବାଇଲ ଚୋରି ଖୋଲିଦେଲା ସବୁ ଗୁମର: ଧରାପଡ଼ିଲେ ପୁଣା ଗ୍ୟାଙ୍ଗ, ୩ କୋର୍ଟ ଚାଲାଣ appeared first on Dharitri Odia News.