ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ ଲଗାଇଲେ ବ୍ୟାନର, ଲେଖାଥିଲା…
ଚାଇନା,୧୬।୧: ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ କଲେ ଏଭଳି କିଛି କାରନାମା। ଗିରଫ କଲା ପୋଲିସ। ପୋଲିସ ଏହି ପ୍ରେମିକ ପ୍ରବୀର ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରି ୧୦ଦିନ ପାଇଁ ଜେଲ୍ରେ ରଖିଛି। ଘଟଣା ହେଉଛି ମଧ୍ୟ ଚାଇନାର। ଝାଙ୍ଗ ନାମକ ଯୁବକ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥିଲେ। କିନ୍ତୁ ଯେତେବେଳେ ତାହା ଅସଫଳ ରହିଲା ପୂର୍ବ ପ୍ରେମିକାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସେ କିଛି ଏପରି କାଣ୍ଡ କରି […] The post ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ ଲଗାଇଲେ ବ୍ୟାନର, ଲେଖାଥିଲା… appeared first on Dharitri Odia News.
ଚାଇନା,୧୬।୧: ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ କଲେ ଏଭଳି କିଛି କାରନାମା। ଗିରଫ କଲା ପୋଲିସ। ପୋଲିସ ଏହି ପ୍ରେମିକ ପ୍ରବୀର ଓ ତାଙ୍କ ସାଙ୍ଗଙ୍କୁ ଗିରଫ କରି ୧୦ଦିନ ପାଇଁ ଜେଲ୍ରେ ରଖିଛି।
ଘଟଣା ହେଉଛି ମଧ୍ୟ ଚାଇନାର। ଝାଙ୍ଗ ନାମକ ଯୁବକ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ବହୁତ ପ୍ରୟାସ କରିଥିଲେ। କିନ୍ତୁ ଯେତେବେଳେ ତାହା ଅସଫଳ ରହିଲା ପୂର୍ବ ପ୍ରେମିକାଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସେ କିଛି ଏପରି କାଣ୍ଡ କରି ବସିଲେ।
ଝାଙ୍ଗ ଏକ ବ୍ୟାନରକୁ ଅନଲାଇନ ଅର୍ଡର କରି ତାଙ୍କ ସାଙ୍ଗସାଥୀଙ୍କ ସାହାଯ୍ୟରେ ପୂର୍ବ ପ୍ରେମିକାଙ୍କ ଅଫିସ ବାହାରେ ଲଗାଇଥିଲେ। ଯେଉଁଥିରେ ଲେଖାଥିଲା, ମୋ ପ୍ରେମିକା(ଯୁବତୀଙ୍କ ନାମ) ଦୁଇ ନାଆରେ ବସିଛନ୍ତି। ଅଫିସ କର୍ମଚାରୀ ଯାତାୟାତ କରୁଥିବା ସ୍ଥାନରେ ଯୁବକ ଜଣକ ଏହି ବ୍ୟାନରକୁ ଟାଙ୍ଗି ଦେଇଥିଲେ। ଘଟଣାକୁ ନେଇ ଯୁବତୀଙ୍କ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରେମିକଙ୍କ ଏପରି କାରନାମାରେ ଯୁବତୀଜଣକ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଯାହାପରେ ତାଙ୍କୁ ଗିରଫ କରାଯାଇଥିଲା। ଯୁବକ ଜଣକ ବ୍ରେକଅପ ପରେ ସବୁବେଳେ ଚାପରେ ରହୁଥିବା ପୋଲିସ କହିଛି। ଗିରଫ ପରେ ଯୁବକ ଜଣକ ଘଟଣାକୁ ନେଇ କ୍ଷମା ମାଗିଛନ୍ତି।
The post ପୂର୍ବ ପ୍ରେମିକାଙ୍କ ଅଫିସ ସାମ୍ନାରେ ଲଗାଇଲେ ବ୍ୟାନର, ଲେଖାଥିଲା… appeared first on Dharitri Odia News.