ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ ସୋରେନ ସରକାରଙ୍କ ସପକ୍ଷରେ ୪୫ ଭୋଟ ଦିଆଯାଇଥିଲା ଏବଂ ଏହା ସହ ସୋରେନ ସରକାର ଟ୍ରଷ୍ଟ ଭୋଟ ଜିତିଥିଲେ। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକମାନେ ବିଧାନସଭା ବାହାରେ ବିରୋଧ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ରବିବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା […] The post ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ appeared first on Dharitri Odia News.

ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ ସୋରେନ ସରକାରଙ୍କ ସପକ୍ଷରେ ୪୫ ଭୋଟ ଦିଆଯାଇଥିଲା ଏବଂ ଏହା ସହ ସୋରେନ ସରକାର ଟ୍ରଷ୍ଟ ଭୋଟ ଜିତିଥିଲେ। ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ମାତ୍ରେ ଭାଜପା ବିଧାୟକମାନେ ବିଧାନସଭା ବାହାରେ ବିରୋଧ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ରବିବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା ଲାଗି ଉଭୟ ଶାସକ ଦଳ ଏବଂ ବିରୋଧୀ ପୃଥକ ବୈଠକ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧାନସଭା ବାଚସ୍ପତି ରବୀନ୍ଦ୍ରନାଥ ମହାତୋ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି।
ସୂଚନା ଅନୁଯାୟୀ, ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଆରଜେଡି ଏବଂ କଂଗ୍ରେସର ବିଧାୟକମାନେ ବିଧାନସଭାରେ ଟ୍ରଷ୍ଟ ଭୋଟ ପାଇବାକୁ ଆତ୍ମବିଶ୍ୱାସ ପ୍ରକାଶ କରିସାରିଛନ୍ତି, ଯଦିଓ ଭାଜପା କହିଥିଲା ଯେ ଶାସକ ଦଳ ପାଇଁ ଏହା ସହଜ ହେବ ନାହିଁ, କିନ୍ତୁ ଭାଜପାର ଏହି ଦାବି ମଧ୍ୟରେ ହେମନ୍ତ ସୋରେନ ସରକାର ଟ୍ରଷ୍ଟ ଭୋଟ ଜିତିଥିଲେ।

The post ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ appeared first on Dharitri Odia News.