ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଛି। ସୂଚନାନୁସାରେ, ଏକନାଥ ଶିନ୍ଦେ ଶେଷରେ ରାଜି ହୋଇଛନ୍ତି। ସେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଫଡନାଭିସ୍ ସିନ୍ଦେଙ୍କୁ ସରକାରରେ ଯୋଗଦେବାକୁ ଅନୁରୋଧ କରିଥିଲେ। ସିନ୍ଦେ ନିଷ୍ପତ୍ତି ନେବାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଗୁରୁବାର ସେ ଏବଂ ଏନସିପି ମୁଖ୍ୟ ଅଜିତ […] The post ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ appeared first on Dharitri Odia News.

ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଛି। ସୂଚନାନୁସାରେ, ଏକନାଥ ଶିନ୍ଦେ ଶେଷରେ ରାଜି ହୋଇଛନ୍ତି। ସେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ରାଜି ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଫଡନାଭିସ୍ ସିନ୍ଦେଙ୍କୁ ସରକାରରେ ଯୋଗଦେବାକୁ ଅନୁରୋଧ କରିଥିଲେ। ସିନ୍ଦେ ନିଷ୍ପତ୍ତି ନେବାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ।

ଗୁରୁବାର ସେ ଏବଂ ଏନସିପି ମୁଖ୍ୟ ଅଜିତ ପାୱାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ କି ବୋଲି ପ୍ରଶ୍ନରେ ଶିବସେନା ମୁଖ୍ୟ କହିଛନ୍ତି ଯେ ଚାଲ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା। ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ରାଜି ହୋଇଛନ୍ତି।

ଏହାପୂର୍ବରୁ, ସିନ୍ଦେଙ୍କୁ ଧନ୍ୟବାଦ ଜଣାଇବାବେଳେ ଫଡନାଭିସ୍ କହିଥିଲେ ଯେ ମୁଁ ଏକନାଥ ସିନ୍ଦେଙ୍କୁ କ୍ୟାବିନେଟରେ ରହିବାକୁ ଅନୁରୋଧ କରିଛି। ମୁଁ ଆଶା କରେ ସେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ପଦ କେବଳ ଆମ ମଧ୍ୟରେ ଏକ ବୈଷୟିକ ଚୁକ୍ତି। ଆମେ ନିଷ୍ପତ୍ତି ନେବା ପାଇଁ ଏକାଠି ହୋଇଛୁ ଏବଂ ଏହା ଜାରି ରଖିବୁ।

ଏହାପୂର୍ବରୁ ସିନ୍ଦେ କହିଥିଲେ ଯେ ଅଢେଇ ବର୍ଷ ପୂର୍ବେ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋ ନାମକୁ ସୁପାରିଶ କରିଥିଲେ। ଏଥର ଆମେ ତାଙ୍କ ନାମ ମୁଖ୍ୟମନ୍ତ୍ରୀ ହେବାକୁ ସୁପାରିଶ କରୁଛୁ।

The post ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ appeared first on Dharitri Odia News.