ଧନକରଙ୍କ ଇସ୍ତଫାପତ୍ରକୁ ମିଳିଲା ମଞ୍ଜୁରୀ,ଖୁବଶୀଘ୍ର ଜାରି କରାଯିବ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ସମ୍ପର୍କରେ ଖୁବଶୀଘ୍ର ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ଜଗଦୀପ ଧନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଧନକର ସ୍ବାସ୍ଥ୍ୟଗତ କାରଣରୁ ପଦ ଛାଡ଼ିଥିବା ଦର୍ଶାଇଛନ୍ତି। ଧନକର ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ଓ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ସମ୍ବିଧାନ ଅନୁଚ୍ଛେଦ ୬୭(ଏ) ଅନୁସାରେ ଭାରତର […] The post ଧନକରଙ୍କ ଇସ୍ତଫାପତ୍ରକୁ ମିଳିଲା ମଞ୍ଜୁରୀ,ଖୁବଶୀଘ୍ର ଜାରି କରାଯିବ ବିଜ୍ଞପ୍ତି appeared first on Dharitri Odia News.

ଧନକରଙ୍କ ଇସ୍ତଫାପତ୍ରକୁ ମିଳିଲା ମଞ୍ଜୁରୀ,ଖୁବଶୀଘ୍ର ଜାରି କରାଯିବ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ସମ୍ପର୍କରେ ଖୁବଶୀଘ୍ର ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ଜଗଦୀପ ଧନକର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଧନକର ସ୍ବାସ୍ଥ୍ୟଗତ କାରଣରୁ ପଦ ଛାଡ଼ିଥିବା ଦର୍ଶାଇଛନ୍ତି। ଧନକର ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ଓ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ସମ୍ବିଧାନ ଅନୁଚ୍ଛେଦ ୬୭(ଏ) ଅନୁସାରେ ଭାରତର ଉପରାଷ୍ଟ୍ରପତି ପଦରୁ ତତ୍କାଳ ଇସ୍ତଫା ଦେଇଛନ୍ତି। ୨୦୨୨ ଅଗଷ୍ଟ ୧୧ରେ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଧନକରଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ରେ ଶେଷ ହୋଇଥାନ୍ତା। ତେବେ ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସଭାରେ ଅଧ୍ୟକ୍ଷତା କରିବା ପରେ ସେ ହଠାତ୍‌ କାହିଁକି ଇସ୍ତଫା ଦେଲେ ସେନେଇ କିଛି ଜଣାପଡ଼ିନାହିଁ।

The post ଧନକରଙ୍କ ଇସ୍ତଫାପତ୍ରକୁ ମିଳିଲା ମଞ୍ଜୁରୀ,ଖୁବଶୀଘ୍ର ଜାରି କରାଯିବ ବିଜ୍ଞପ୍ତି appeared first on Dharitri Odia News.