ରୁକ୍ ନା ନେହି ହୈ’ର ଶୁଭାରମ୍ଭ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଜେଏସ୍ଡବ୍ଲ୍ୟୁ ଗ୍ରୁପର ନୂତନ ଅଭିଯାନ ‘ରୁକ୍ ନା ନେହି ହୈ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପ୍ୟାରିସ୍ ଅଲିମ୍ପିକ୍-୨୦୨୪ ଗେମ୍ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି) ଫିଲ୍ମ ବୃହତ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଥିବା କ୍ରୀଡ଼ାବିତ୍ଙ୍କ ମାନସିକତାକୁ ପ୍ରତିଫଳିତ କରାଯାଇଛି। ସେହିଭଳି ଡିଜିଟାଲ୍ […] The post ରୁକ୍ ନା ନେହି ହୈ’ର ଶୁଭାରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଜେଏସ୍ଡବ୍ଲ୍ୟୁ ଗ୍ରୁପର ନୂତନ ଅଭିଯାନ ‘ରୁକ୍ ନା ନେହି ହୈ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପ୍ୟାରିସ୍ ଅଲିମ୍ପିକ୍-୨୦୨୪ ଗେମ୍ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି) ଫିଲ୍ମ ବୃହତ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଥିବା କ୍ରୀଡ଼ାବିତ୍ଙ୍କ ମାନସିକତାକୁ ପ୍ରତିଫଳିତ କରାଯାଇଛି। ସେହିଭଳି ଡିଜିଟାଲ୍ ଫର୍ମାଟ୍ ପାଇଁ ଏକ ଲମ୍ବା ଏବଂ ଟିଭି ପାଇଁ ଏହାର ଛୋଟ ଭର୍ସନକୁ ମଧ୍ୟ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଗିଲ୍ଭି ପକ୍ଷରୁ ଏହି ସିନେମାକୁ ପରିକଳ୍ପନା କରାଯାଇଥିବାବେଳେ ଗୁଡ୍ମର୍ନିଂ ଫିଲ୍ମସ୍ର ଶଶାଙ୍କ ଚର୍ତୁବେଦୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏପରିକି ବଲିଉଡ୍ ଅଭିିନେତା ଅଜୟ ଦେବଗନ୍ ଏଥିପାଇଁ ସ୍ବର ଦେଇଛନ୍ତି। ସେହିପରି ଅଲିମ୍ପିକ୍ରେ ଖେଳାଯାଉଥିବା ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାର କ୍ରୀଡ଼ାବିତ ଯଥା ନୀରଜ ଚୋପ୍ରା, ନିଶାନ୍ତ ଦେବ, ପ୍ରୀତି ପାୱାର, ମନୁ ଭାକର, ମନିକା ବାତ୍ରା ଓ ମହମ୍ମଦ ଅନାସଙ୍କୁ ମଧ୍ୟ ଉକ୍ତ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଅଭିଯାନ ପ୍ୟାରିସ୍ ଅଲିମ୍ପିକ୍-୨୦୨୪ ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ ସହ ଜେଏସ୍ଡବ୍ଲ୍ୟୁର ସହଭାଗିତାକୁ ମଧ୍ୟ ପାଳନ କରୁଛି। ଏ ସମ୍ପର୍କରେ ଜେଏସ୍ଡବ୍ଲ୍ୟୁ ସ୍ପୋର୍ଟସ୍ର ପ୍ରତିଷ୍ଠାତା ପାର୍ଥ ଜିନ୍ଦଲ କହିଛନ୍ତି, ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ଏହି ନୂତନ ଅଭିଯାନ ରୁକ୍ ନା ନେହି ବର୍ତ୍ତମାନ ତୃତୀୟ ଅଲିମ୍ପିକ୍ ଗେମ୍ରେ ପ୍ରବେଶ କରିଛି ଏବଂ ଏହା କେବଳ ଏକ ସ୍ଲୋଗାନ୍ଠାରୁ ଆଗକୁ ବଢ଼ି ଏକ ଆବେଗ ଓ ବିଶ୍ୱାସରେ ପରିଣତ ହୋଇଛି, ଯାହା ଭାରତୀୟ ଟିମ୍ ଓ ଆମେ ସମସ୍ତେ ପ୍ୟାରିସ୍ ଅଲିମ୍ପିକ୍କୁ ନେଇଯିବା। ଏହି ସିନେମା କ୍ରୀଡ଼ାବିତମାନଙ୍କ ନିରବଚ୍ଛିନ୍ନ ଅନୁସନ୍ଧାନର ଭାବକୁ ତୋଳି ଧରିଛି। ଆମ ପାଇଁ ସେମାନେ ହେଉଛନ୍ତି ଚାମ୍ପିୟନ୍। ମୁଁ ନିଶ୍ଚିତ ଯେ ଏହି ସିନେମା ପ୍ୟାରିସ୍ରେ ଏବଂ ଗେମ୍ର ଏହି ଯାତ୍ରାରେ କ୍ରୀଡ଼ାବିତମାନଙ୍କୁ ସମର୍ଥନ କରୁଥିବା ପ୍ରତିଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ।
The post ରୁକ୍ ନା ନେହି ହୈ’ର ଶୁଭାରମ୍ଭ appeared first on Dharitri Odia News.