ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ

ଭୁବନେଶ୍ବର,୨୩।୫: ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି। ଯୁବକ ଜଣକ ରୋମାନିଆର ନାଗରିକ ହୋଇଥିବା ଜଣାପଡିଛି। ଖବର ପାଇ ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଘଣ୍ଟାଏ ଅଟକ ରଖି ପଚରାଉଚରା ପରେ ଛାଡ଼ି ଦେଇଛି। ଅନ୍ୟପକ୍ଷେ ମନ୍ଦିର ସୁରକ୍ଷାକୁ ନେଇ ପୁଣି ସ୍ଥାନୀୟ […] The post ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ appeared first on Dharitri Odia News.

ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ

ଭୁବନେଶ୍ବର,୨୩।୫: ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି।

ଯୁବକ ଜଣକ ରୋମାନିଆର ନାଗରିକ ହୋଇଥିବା ଜଣାପଡିଛି। ଖବର ପାଇ ଲିଙ୍ଗରାଜ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଘଣ୍ଟାଏ ଅଟକ ରଖି ପଚରାଉଚରା ପରେ ଛାଡ଼ି ଦେଇଛି। ଅନ୍ୟପକ୍ଷେ ମନ୍ଦିର ସୁରକ୍ଷାକୁ ନେଇ ପୁଣି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନା ଯୋଗ୍ୟ, ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଉପରେ ଡ୍ରୋନ ଉଡ଼ିଥିଲା। ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଡ୍ରୋନ ଉଡିଥିଲା। ଏହା ଦେଖିବା ପରେ ପୋଲିସକୁ ଅବଗତ କରାଇଥିଲେ ମନ୍ଦିର ସେବାୟତ। ତେବେ ଏହି ଡ୍ରୋନ କିଏ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ବର୍ତ୍ତମାନ ମନ୍ଦିରରେ ଜଣେ ଅଣହିନ୍ଦୁ ପ୍ରବେଶ କରିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାପ୍ରକଟ କରିଛନ୍ତି।

The post ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ appeared first on Dharitri Odia News.