ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି ଲୋକ ସଭା ଆସନର ଗାଁଠୁ ସହର ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ଏଥିରେ ତାଙ୍କ ସହଧର୍ମିଣୀ ପୂଜା ଉଲାକା ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ସ୍ବାମୀଙ୍କୁ ପୁଣିଥରେ ଆର୍ଶୀବାଦ କରିବାକୁ ସେ ଭୋଟରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର କୋରାପୁଟ ଲୋକ ସଭା ଆସନ ପାଇଁ […] The post ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ appeared first on Dharitri Odia News.

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି ଲୋକ ସଭା ଆସନର ଗାଁଠୁ ସହର ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ଏଥିରେ ତାଙ୍କ ସହଧର୍ମିଣୀ ପୂଜା ଉଲାକା ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ସ୍ବାମୀଙ୍କୁ ପୁଣିଥରେ ଆର୍ଶୀବାଦ କରିବାକୁ ସେ ଭୋଟରଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଗତ ଶୁକ୍ରବାର କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ସପ୍ତଗିରୀ ଶଙ୍କର ଉଲାକା ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ନିମନ୍ତେ କୋରାପୁଟ ଜିଲାପାଳ କାର୍ଯ୍ୟାଳୟ ଆସିଥିବାବେଳେ ପୂଜା ପାଖେ ପାଖେ ରହି ସ୍ବାମୀଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା।

The post ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ appeared first on Dharitri Odia News.