ଗିଲ୍‌ଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜୋରିମନା

ନୂଆଦିଲ୍ଲୀ,୨୭।୩: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କୁ ମନ୍ଥର ଓଭର ହାର ପାଇଁ ୧୨ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ଆଇପିଏଲ ବିବୃତ୍ତିରେ କୁହାଯାଇଛି, ସର୍ବନିମ୍ନ ଓଭର ହାର ସହିତ ଜଡିତ ଆଇପିଏଲ ଆଚରଣ ସଂହିତା ଅନୁଯାୟୀ, ଏହା ତାଙ୍କ ଦଳର ପ୍ରଥମ ଅପରାଧ। ତେଣୁ ଗିଲ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି। ଆଇପିଏଲ ୨୦୨୪ରେ ଗିଲ ନେତୃତ୍ୱାଧୀନ ଦଳ ଏହାର ପ୍ରଥମ ପରାଜୟର ସମ୍ମୁଖୀନ […] The post ଗିଲ୍‌ଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜୋରିମନା appeared first on Dharitri Odia News.

ଗିଲ୍‌ଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜୋରିମନା

ନୂଆଦିଲ୍ଲୀ,୨୭।୩: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁଭମନ ଗିଲଙ୍କୁ ମନ୍ଥର ଓଭର ହାର ପାଇଁ ୧୨ ଲକ୍ଷ ଟଙ୍କା ଜୋରିମନା କରାଯାଇଛି। ଆଇପିଏଲ ବିବୃତ୍ତିରେ କୁହାଯାଇଛି, ସର୍ବନିମ୍ନ ଓଭର ହାର ସହିତ ଜଡିତ ଆଇପିଏଲ ଆଚରଣ ସଂହିତା ଅନୁଯାୟୀ, ଏହା ତାଙ୍କ ଦଳର ପ୍ରଥମ ଅପରାଧ। ତେଣୁ ଗିଲ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି।
ଆଇପିଏଲ ୨୦୨୪ରେ ଗିଲ ନେତୃତ୍ୱାଧୀନ ଦଳ ଏହାର ପ୍ରଥମ ପରାଜୟର ସମ୍ମୁଖୀନ ହୋଇଥିଲା। ଚିପକରେ ଖେଳାଯାଇଥିବା ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଜିଟିକୁ ୬୩ ରନରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ଅଧିନାୟକ ଶୁଭମନ ଗିଲଙ୍କ ଗୁଜରାଟ ଟାଇଟାନ୍ସ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ରନରେ ଜିତିଥିଲା।

The post ଗିଲ୍‌ଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜୋରିମନା appeared first on Dharitri Odia News.