ନିଦ ହଜାଇଲେଣି ସାଇବର ଅପରାଧୀ
ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍ସଆପ ଡିପିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଫଟୋ ଲଗାଇ ଡରାଇ ଧମକାଇ ଟଙ୍କା ମାଗୁଛନ୍ତି ତ ପୁଣି କେତେବେଳେ ଅନ୍ୟ ଉପାୟରେ ଠକୁଛନ୍ତି। ଠକେଇ ପାଇଁ ସାଇବର ଅପରାଧୀମାନେ ନୂଆ ନୂଆ କୌଶଳ ଆପଣାଉଥିବାରୁ ପୋଲିସ ଓ ସାଧାରଣ ଲୋକଙ୍କ ନିଦ ହଜିଛି। ଏହାକୁ ରୋକିବାକୁ କମିଶନରେଟ ପୋଲିସ ଯେତେସବୁ ପନ୍ଥା […] The post ନିଦ ହଜାଇଲେଣି ସାଇବର ଅପରାଧୀ appeared first on Dharitri Odia News.
ଭୁବନେଶ୍ୱର,୨୩।୪ (ସୂର୍ଯ୍ୟକାନ୍ତ ବେହେରା):ବାରମ୍ବାର ସଚେତନତା ସତ୍ତ୍ୱେ ଦିନକୁ ଦିନ ଠକାମିର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ କୌଶଳ ଆପଣାଇ ଲୁଟୁଛନ୍ତି ସାଇବର ଅପରାଧୀ। କେତେବେଳେ ହ୍ବାଟ୍ସଆପ ଡିପିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଫଟୋ ଲଗାଇ ଡରାଇ ଧମକାଇ ଟଙ୍କା ମାଗୁଛନ୍ତି ତ ପୁଣି କେତେବେଳେ ଅନ୍ୟ ଉପାୟରେ ଠକୁଛନ୍ତି। ଠକେଇ ପାଇଁ ସାଇବର ଅପରାଧୀମାନେ ନୂଆ ନୂଆ କୌଶଳ ଆପଣାଉଥିବାରୁ ପୋଲିସ ଓ ସାଧାରଣ ଲୋକଙ୍କ ନିଦ ହଜିଛି। ଏହାକୁ ରୋକିବାକୁ କମିଶନରେଟ ପୋଲିସ ଯେତେସବୁ ପନ୍ଥା ଆପଣାଇଥିଲେ ବି କିଛି ସୁଫଳ ମିଳୁନି। ତେଣୁ ସୋମବାର ଶଟ୍ ଭିଡିଓ ଜାରି କରି ସଚେତନ କରାଇବାକୁ ଚେଷ୍ଟା କରିଛି ପୋଲିସ। ଉକ୍ତ ଭିଡିଓରେ କୁହାଯାଇଛି, ଯଦି କେହି ବ୍ୟକ୍ତି ବାହାର ଦେଶ ନମ୍ବରରୁ ହ୍ବାଟ୍ସଆପ୍ରେ କଲ୍ କରନ୍ତି ଓ ଡିପିରେ ପୋଲିସ ଫଟୋ ବ୍ୟବହାର କରି ଡରାନ୍ତି, ତା’ହେଲେ ଭୟଭୀତ ହୋଇ ସେମାନଙ୍କୁ କୌଣସି ବ୍ୟକ୍ତିଗତ ତଥ୍ୟ ଶେୟାର ନ କରିବାକୁ କୁହାଯାଇଛି। ଏପରିକି ଉକ୍ତ ନମ୍ବରକୁ ସଙ୍ଗେ ସଙ୍ଗେ ବ୍ଲକ କରିବା ସହ ୧୯୩୦ ବା ସାଇବର ଥାନାରେ ତୁରନ୍ତ ଅଭିଯୋଗ କରିବାକୁ ଭିଡିଓରେ ପରାମର୍ଶ ଦିଆଯାଇିଛି। ସୂଚନାନୁସାରେ, ତିନିଦିନ ତଳେ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ସାଇବର ଅପରାଧୀ ଧମକପୂର୍ଣ୍ଣ କଲ୍ କରିଥିଲେ। ଅପରାଧୀ ଜଣକ କହିଥିଲେ, ଜଣେ ଯୁବତୀଙ୍କୁ ତୁମ ପୁଅ ୪ଜଣ ସାଙ୍ଗ ସହ ମିଶି ବଳାତ୍କାର କରିଛନ୍ତି। ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ତୁମ ପୁଅଙ୍କୁ ଓଡିଶାରେ ଗିରଫ କରାଯାଇଛି। ୨୦ ହଜାର ଟଙ୍କା ପଠାଇଲେ ତୁମ ପୁଅଙ୍କୁ ଛାଡି ଦିଆଯିବ। ତେବେ ହ୍ବାଟ୍ସ ଆପ୍ରୁ ଏହି କଲ୍ ଆସିଥିବାବେଳେ ସେଥିରେ ଜଣେ ବରିଷ୍ଠ ପୋଲିସ ଡିଜିଙ୍କ ଫଟୋ ଥିବା ଦେଖି ପ୍ରଥମେ ବ୍ୟକ୍ତିଜଣକ ଚିନ୍ତାରେ ପଡିଥିଲେ। ହେଲେ ପରେ ଏହା ସାଇବର ଠକଙ୍କ ଚାଲ୍ବାଜି ଜାଣିବା ପରେ ଚତୁରତାର ସହ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟ ଏକ ଘଟଣାକ୍ରମ ଅନୁଯାୟୀ, ଜଣେ ଯୁବତୀଙ୍କ ଫ୍ଲିପ୍ କାର୍ଟ ଆକାଉଣ୍ଟକୁ କୌଣସି ମତେ ହ୍ୟାକ୍ କରି କେହି ଜଣେ ନୂଆଦିଲ୍ଲୀରୁ ୩୦ ହଜାରୁ ଅଧିକ ଟଙ୍କାର ଏକ ମୋବାଇଲ୍ ଫୋନ୍ ଓ ଗିଫ୍ଟ ଶପିଂ କରିନେଇଛନ୍ତି। ଯୁବତୀ ଜଣକ ନିଜ ଆକାଉଣ୍ଟ ଲଗ୍ ଇନ୍ କରି ଏହା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ବାପାଙ୍କୁ କିଛିଦିନ ତଳେ ପୋଲିସ ଡିପି ରଖି ହ୍ବାଟ୍ସଆପ୍ରେ ସାଇବର ଠକ କଲ୍ କରି ଡରାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।
The post ନିଦ ହଜାଇଲେଣି ସାଇବର ଅପରାଧୀ appeared first on Dharitri Odia News.